/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626442290.jpg)
Priyanka Prusty
ବାରିପଦା: କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜ ପାଇଁ ସୁନାମ ଆଣିଲେ ପ୍ରିୟଙ୍କା। ଓପେରା ମିସ୍ ଇଣ୍ଡିଆର ରନର୍ସଅପ ମୁକୁଟ ପିନ୍ଧିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ପ୍ରିୟଙ୍କା। ଜଣେ ମଧ୍ୟବିତ୍ତ ପରିବାରର ହୋଇବି ଦୃଢ ଲକ୍ଷ୍ୟ ବଳରେ ସଫଳତା ହାସଲ କରିପାରିଛନ୍ତି। ଅପେରା ମିସ୍ ଇଣ୍ଡିଆ ସିଜିନ୍ ଥ୍ରୀ ଅନ୍ ଲାଇନ୍ ଭର୍ଚୁଆଲ ପ୍ରତିଯୋଗିତାରେ ମୟୁରଭଞ୍ଜ ସୁନ୍ଦରୀ ପ୍ରିୟଙ୍କା ଦୁଇ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି।
ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ, ଆଉ ତାହା ନୁହଁ ବରଂ ଦେଶର ପ୍ରମୁଖ ସୁନ୍ଦରୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମୁକୁଟ ପିନ୍ଧିବାର ସୈାଭାଗ୍ୟ ମିଳୁଛି। କଳା ଓ ସଂସ୍କୃତିର ସହର ବାରିପଦାର ଜଣେ ୨୫ ବର୍ଷୀୟା ପ୍ରିୟଙ୍କା ସର୍ବଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସଅପ୍ ହେବାର ସୈାଭାଗ୍ୟ ପାଇଛନ୍ତି। ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ। ସେଥିରୁ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି। ସଫଳତା ପଛରେ ବାପା ମାଙ୍କ ସମେତ ଫଟୋଗ୍ରାଫର ଡିଜାଇନର ଓ ମେକପ୍ ଆଟିଷ୍ଟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ଗତ ୨୦୨୦ରେ ମୟୁରଭଞ୍ଜ ଜିଲ୍ଲାର ଜଣେ ଝିଅ ଏହି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ଏବେ ପୁଣି ୨୦୨୧ରେ ମୟୁରଭଞ୍ଜ ଜିଲ୍ଲା ସମଗ୍ର ଦେଶରେ ଏହି ନିଜର ପରିଚୟ ହାସଲ କରିଛି । ପ୍ରିୟଙ୍କା ବାରିପଦା ପୋଡାଅସ୍ତିଆ ହାଇସ୍କୁଲରୁ ମାଟ୍ରିକ, ତାପରେ ଏମପିସି ଜୁନିଅର କଲେଜରୁ ଯୁକ୍ତ ଦୁଇ ଏବଂ ଉଦଳା କଲେଜରୁ ଡିଗ୍ରୀ ହାସଲ କରିଥିଲେ। ପିଲାଦିନୁ ସେ ମ୍ୟୁଜିକ୍, ଡ୍ୟାନ୍ସ, ସହ ଫିଲ୍ମ ସିରିଏଲରେ ହିରୋଇନ୍ ହେବାକୁ ରୁଚି ରଖିଥିଲେ। ଆଉ ଏହି ରୁଚି ତାଙ୍କୁ ସଫଳତାର ପାହାଚ ଆଡ଼କୁ ଟାଣି ନେଇଛି।
ସେ ଚଳିତ ବର୍ଷ ଆଗ୍ରାରେ ଆୟୋଜିତ ଅପେରା ମିସ୍ ଇଣ୍ଡିଆର ଭର୍ଚୁଆଲ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଆଦିବାସୀଙ୍କ ଚାଲିଚଳଣି ସଂସ୍କୃତି ବେଶଭୂଷା ଆଦିର ବିଭିନ୍ନ ବାର୍ତ୍ତାକୁ ମଡେଲିଙ୍ଗ ମାଧ୍ୟମରେ ଉପସ୍ଥାପନା କରି ଜଜ୍ଙ୍କ ମନ ଜିତିପାରିଥିଲେ।
Also Read
ପ୍ରିୟଙ୍କା ବାପା ଜଣେ ସାଧାରଣ ବ୍ୟବସାୟୀ, ମା ଗୃହିଣୀ। ପ୍ରିୟଙ୍କାଙ୍କ ମୁକୁଟ ଏବଂ ମେଡାଲ ଆସିବା ପରେ ସାଙ୍ଗ ସାଥି ବନ୍ଧୁବାନ୍ଧବ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଓପେରା ମିସ୍ ଇଣ୍ଡିଆ ଆୟୋଜକମାନେ ପ୍ରିୟଙ୍କାଙ୍କୁ ଆଗକୁ ଆଲବମ୍,ଟେଲି ସିରିଏଲ୍ରେଋ ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ପ୍ରିୟଙ୍କା ଆଗ୍ରାରେ ହେବାକୁ ଥିବା ଅପେରା ମିସ୍ ୟୁନିଭର୍ସ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।
ରିପୋର୍ଟ:ମାନିକ ଲାଲ୍ ପାଣି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)