• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

rajanikant
ରଜନୀକାନ୍ତଙ୍କ ଫିଲ୍ମରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌

ଢେଙ୍କାନାଳ: ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ। ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍‌ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। ଆଉ […]

  • Tuesday, 20 July 2021
puri
ପୁରୀରେ ଅକ୍ଟେଭ୍‌ ଫେଷ୍ଟିଭାଲ୍‌ ଉଦ୍‌ଯାପିତ

ପୁରୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା, ଅନନ୍ୟ ଲୋକନୃତ୍ୟ ପୁଣି ଲୋକଗୀତର ତାଳେ ତାଳେ ଦୁଲୁକିଲା ପର୍ଯ୍ୟଟନ ସହର ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି। ସୁନ୍ଦର ସୁନ୍ଦର ପୋଷାକ, ପରିପାଟିରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କଳାକାରମାନେ ତାଙ୍କର ନୃତ୍ୟ ଗୀତ ପରିବେଷଣ କରି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିମୋହିତ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି  ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଓଡ଼ିଶାର ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇଥିଲେ। ଏଭଳି […]

  • Tuesday, 20 July 2021
rahat
ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ଇଡିର ନୋଟିସ୍

ରାହତଙ୍କ ବିରୋଧରେ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗ ଅଭିଯୋଗ

  • Tuesday, 20 July 2021
actor
କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ତଥା ରାଜନେତା ଏମ୍‌ ଏଚ୍‌ ଅମ୍ବରିଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମ୍ବରିଶଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତୀୟ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କଠୁ ଆରମ୍ଭ କରି ବିଭିନ୍ନ ଅଭିନେତା ତଥା ରାଜନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅମ୍ବରିଶଙ୍କ ଶେଷ […]

  • Tuesday, 20 July 2021
rahul
ରିଲିଜ୍ ହେଲା ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’ ଓ ଠାକ୍‌ରେ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’। ଏହି ଫିଲ୍ମରେ କଙ୍ଗନା ରାଣାୱାତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଅଙ୍କିତା ଲୋଖାଣ୍ଡେ, ଅତୁଲ କୁଲକର୍ଣ୍ଣି, ସୁରେଶ ଓବରଏ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। କଙ୍ଗନା ରାଣାୱତ ଓ କୃଷ୍ ମିଳିତ ଭାବେ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି। ୨୨ ବର୍ଷ ବୟସରରେ ଝାନ୍‌ସୀକୁ ବଞ୍ଚାଇବା ପାଇଁ ଯୋଦ୍ଧା ଭାବେ ଆବିର୍ଭାବ ହୋଇଥିବା ଜଣେ ନାରୀ ଯୋଦ୍ଧାର କାହାଣୀ […]

  • Tuesday, 20 July 2021
dhamal
ରିଲିଜ୍‌ ହେଲା କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର

ମୁମ୍ବାଇ: ବଲିଉଡର କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର ସୋମବାର ରିଲିଜ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ। ଏହା ସହ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ଆମିର ଖାନ, ବମନ ଇରାନିଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। କମେଡି ଡ୍ରାମାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର। ଟଙ୍କା ଓ […]

  • Tuesday, 20 July 2021
Elsa-Ghosh
ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସଂପର୍କିତ ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଅଭିନେତ୍ରୀ ଏଲ୍‌ସା ନିର୍ଦ୍ଦେଶକଙ୍କ ବିରୋଧରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱରରେ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଏଲ୍‌ସା […]

  • Tuesday, 20 July 2021
women4
ରିଲିଜ୍‌ ହେଲା ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’

ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଉ ଏକ ଲଭଷ୍ଟୋରୀ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’। କଟକ ଜୟଶ୍ରୀ ଟକିଜରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମ ଜରିଆରେ ଓଲିଉଡର ଡେବ୍ୟୁ କରିଛନ୍ତି ତିନି ଜଣ କଳାକାର। ନବାଗତ ରିଷାନଙ୍କ ସହ ସାୟଲ୍ ଏବଂ ମହିମାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଓଡ଼ିଆ ଦର୍ଶକଙ୍କ ପାଇଁ ତରଙ୍ଗ ପ୍ରକ୍ସନ୍‌ ପୁଣି ଥରେ ଆଉ ଏକ ଟିନ୍ ଏଜ୍‌ ଲଭ ଷ୍ଟୋରୀକୁ ପରଦାକୁ […]

  • Tuesday, 20 July 2021
shraddha kapoor
ଶ୍ରଦ୍ଧା କପୁର୍‌ ଅସୁସ୍ଥ, ସୁଟିଂ ସେଟ୍‌ ଛାଡ଼ିଲେ, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଅସୁସ୍ଥ। ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ସାଇନା ନେହୱାଲ୍‌ଙ୍କ ବାୟୋପିକ୍‌ରେ ସାଇନାଙ୍କ ଭୂମିକା ନିଭାଉଥିବା ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ହେଲଥ୍‌ ଚେକ୍‌ ଅପ୍‌ ପରେ ଡେଙ୍ଗୁ ଜ୍ୱର ହୋଇଥିବା ନେଇ ଜାଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା ପିଲ୍ମ ସୁଟିଂ ବନ୍ଦ କରି ଦେଇଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ପୁଣିଥରେ ସୁସ୍ଥ ହୋଇ ୨ଦିନ ଭିତରେ ସୁଟିଂ […]

  • Tuesday, 20 July 2021
nase
ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଇମ୍ରାନଙ୍କ ମନ୍ତବ୍ୟକୁ ନାସିରୁଦ୍ଦିନ ସମାଲୋଚନା କରିଛନ୍ତି, ତା ସତ୍ତ୍ୱେ ନାସିରୁଦ୍ଦିନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଛି। ସହଯୋଗୀ ଅଭିନେତା ଅନୁପମ ଖେର […]

  • Tuesday, 20 July 2021
khusi-up
‘ଖୁସୀ’ କହିବ ବାସ୍ତବ କଥା

ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍‌ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି  ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ ଦୋହଲାଇ ଦେଇଥିବା ବେଳେ ତେଜିବାକୁ ଅାରମ୍ଭ କରିଛି ପ୍ରତିବାଦର ସ୍ୱର । ଅାଉ ଏହି ଅଭିଯାନରେ ନିଜକୁ ସାମିଲ କରିଛି ତରଙ୍ଗ ସିନେ ପ୍ରଡକସନ୍ସ୍। କୋମଳମତି ଝିଅଟିର […]

  • Tuesday, 20 July 2021
rishi kapoor
ଚିକିତ୍ସା ପାଇଁ ଆମେରିକା ଗଲେ ରିଷି କପୁର୍

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ରିଷି କପୁର୍‌ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ଗତକାଲି ଟ୍ୱିଟର୍‌ରେ ରିଷି ଏବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତକୁ ନେଇ ବ୍ୟସ୍ତ ତଥା ଅନାବଶ୍ୟକୀୟ ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ୬୬ବର୍ଷିୟ ରିଷି ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ବହୁତ ଜଲ୍‌ଦି ଫେରିବେ ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି। ରିଷିଙ୍କ ଏହି ଟ୍ୱିଟ୍‌ ପରେ ଅନେକ ସେଲେବ୍ରିଟି ଟ୍ୱିଟ୍‌ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। […]

  • Tuesday, 20 July 2021
baji rout
ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ଏହା ସାରା ଦେଶରେ ବେଶ ଅାଦୃତ ଲାଭ କରିବ ବୋଲି ଅାଶା ରଖିଛନ୍ତି ଛାତ୍ରଛାତ୍ରୀ । […]

  • Tuesday, 20 July 2021
shilpa shetty and her husband
ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। 

Tara Fares
ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ପ୍ରସିଦ୍ଧ ମଡେଲ୍‌ ତଥା ଇନ୍‌ଷ୍ଟାଗ୍ରାମ୍‌ରେ କ୍ରେଜ୍‌ ସୃଷ୍ଟି କରିଥିବା ତାରା ଫାରିସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ଗୁରୁବାର ଦିନ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ରେ ୨୨ବର୍ଷିୟ ତାରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨.୭ ମିଲିୟନ ଫଲୋଅର୍‌ ଥିଲେ। ସେ ତାଙ୍କର ବିଭିନ୍ନ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ […]

  • Tuesday, 20 July 2021
sui dhaga
ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’

ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ । ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ ସେୟାର କରିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଦରଜୀ ଭୂମିକାରେ ନଜର ଅାସିଥିବା ବରୁଣ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସ୍ୱାମୀ, ସ୍ତ୍ରୀଙ୍କ ସଂଘର୍ଷ କାହାଣୀକୁ ଅତି ନିଖୁଣ ଭାବେ ସିଲଭର୍ ସ୍କିନ୍‌ରେ ଦର୍ଶାଯାଇଛି। ବଲିଉଡ କମେଡି-ଡ୍ରାମା ଫିଲ୍ମ ସୁଇ-ଧାଗା ୟଶରାଜ ବ୍ୟାନରରେ ନିର୍ମିତ ତଥା ଶରତ କଟରିୟା ନିର୍ଦ୍ଦେଶିତ […]

  • Tuesday, 20 July 2021
lata
ଆଜି ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଗାୟିକା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୮୯ତମ ଜନ୍ମ ଦିବସ। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଥିପାଇଁ ପାଖାପାଖି ୪ଟି ପିଢ଼ିରେ ତାଙ୍କର ଫ୍ୟାନ୍ ରହିଛନ୍ତି। ଖୁବ୍ କମ୍ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ମଙ୍ଗେସ୍‌ଗର। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା […]

  • Tuesday, 20 July 2021
yrf-up
ରିଲିଜ ହେଲା ଅପକମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର

ବଲିଉଡର ଅପ୍‌କମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର କରିଛି  ଧମାକା। ରିଲିଜ ହେଉ ହେଉ ଫିଲ୍ମର ଟ୍ରେଲରକୁ ମିଳିଛି ସଫଳତା। ବ୍ରିଟିଶ୍‌ ରାଜ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମଟି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ ଅାକ୍ସନ ସିନ୍ ସହ ମିଷ୍ଟର ପରଫେକ୍ସନିଷ୍ଟ ଅାମିର ଖାନ ଓ ବିଗ୍ ବି ଅମିତାଭଙ୍କ ଦମଦାର ଡାଏଲଗ୍ସ । ୧୭୯୫ର  ହିନ୍ଦୁସ୍ଥାନ। ବ୍ୟବସାୟ କରିବାକୁ ଅାସିଥିଲା ଇଷ୍ଟଇଣ୍ଡିଅା । କଂପାନୀ ହେଲେ […]

  • Tuesday, 20 July 2021
tanushree
ନାନା ପାଟେକର୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରୁ କ୍ୟାରିୟର ଆରମ୍ଭ କରିଥିବା ତନୁଶ୍ରୀ, ସୁଟିଂ ସେଟ୍‌ରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିବା କଥା କହିଛନ୍ତି। ସେ କହିଛନ୍ତି, ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ନାନାଙ୍କ ବ୍ୟବହାର ପାଇଁ ସେ ଫିଲ୍ମରୁ ଓହରି ଆସିଥିଲେ। ଏହି ଘଟଣାରେ ତନୁଶ୍ରୀ […]

  • Tuesday, 20 July 2021
a
ଭିଡିଓ ସେୟାର କରି ହେଲଥ୍‌ ଅପଡେଟ୍‌ ଦେଲେ କମେଡିଆନ୍‌ ଭାରତୀ

ମୁମ୍ବାଇ: କିଛି ଦିନ ପୂର୍ବରୁ କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଭାରତୀ କହିଛନ୍ତି ଯେ, “ଏବେ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି। କ୍ଷମା କରିବେ ମୁଁ ଆପଣଙ୍କ ଫୋନ୍‌କଲ ଏବଂ […]

  • Tuesday, 20 July 2021
imfa
୧୪ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ

ରାୟଗଡ଼ା: ରାଜ୍ୟର ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ ପ୍ରଦାନ କରାଯାଇଛି। ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପ୍ଳବିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କ୍ଲବ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୧୪ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ସହ ୫୧ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯାଇଛି। ସମ୍ମାନିତ […]

  • Tuesday, 20 July 2021
alqy
ବିଶିଷ୍ଟ ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ମୃତ୍ୟୁ

ମୁମ୍ବାଇ: ବିଶିଷ୍ଟ ଥିଏଟର୍‌ ଆର୍ଟିଷ୍ଟ ତଥା ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ଆଜି ୯୦ ବର୍ଷରେ ମୁମ୍ବାଇରେ ମୃତ୍ୟୁ ହୋଇଛି। ୧୯୮୨ରେ ‘ଗାନ୍ଧି’ ଡ୍ରାମାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଏହାସହ ପଦମସୀ ବହୁ ଆଡ୍ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଦି ଲିରିଲ୍ ଗାର୍ଲ, ଚେରୀ ଚାର୍ଲି ସୁ ବ୍ରସ୍, ହମାରା ବଜାଜ୍ ଏବଂ ଏମ୍ଆର୍‌ଏଫ୍ ମସଲ୍ସ ମ୍ୟାନ୍‌ ଭଳି ଆଡ୍ ଫିଲ୍ମ […]

  • Tuesday, 20 July 2021
kajol
କାଜୋଲ୍‌ଙ୍କ ଫୋନ୍‌ ନମ୍ବର ଶେୟାର୍‌ କଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପତ୍ନୀ କାଜୋଲ୍‌ଙ୍କ ଫୋନ୍‌ ନମ୍ବର ସୋଶାଲ୍‌ ମିଡିଆରେ ଶେୟାର କଲେ ଅଭିନେତା ଅଜୟ ଦେବ୍‌ଗନ୍। ତେବେ ଏମିତି କିଛି ଘଟଣାକୁ ନେଇ ସମସ୍ତେ ଆଚମ୍ବିତ ହେବା ସହ କେହି ବି ଏତେ ଶୀଘ୍ର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଗତକାଲି ଅଜୟ ତାଙ୍କ ଟ୍ୱିଟର ପେଜ୍‌ରେ କାଜୋଲଙ୍କ ହ୍ୱାଟସ୍‌ଆପ୍‌ ନମ୍ବର ଶେୟାର କରି ଏକ ପୋଷ୍ଟରେ ଲେଖିଥିଲେ ‘କାଜୋଲ୍‌ ବର୍ତ୍ତମାନ ଭାରତରେ ନାହାନ୍ତି। ତାଙ୍କ ସହ ହ୍ୱାଟସ୍‌ଆପ୍‌ ନମ୍ବରରେ କଥା ହୋଇପାରିବେ’। […]

  • Tuesday, 20 July 2021
3
ବର୍ଣ୍ଣବୈଷମ୍ୟର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ଏହାର ପୂରା ଘଟଣାକ୍ରମ ସେ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଶିଳ୍ପା ବହୁତ ଦୁଃଖୀ ହୋଇଯାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ ତାଙ୍କ ବ୍ୟାଗକୁ ବହୁତ ବଡ଼ ବୋଲି କହି […]

  • Tuesday, 20 July 2021