• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଇସିୟୁରେ ଭର୍ତ୍ତି ହେଲେ ସାଇରା ବାନୁ

ନୂଆଦିଲ୍ଲୀ: ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କର କିଛି ମାସ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସାଇରା ବାନୁଙ୍କର  ସ୍ୱାସ୍ଥ୍ୟ ଖରାପ ହୋଇଛି । ଏନେଇ ସାଇରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପ ଜନିତ ସମସ୍ୟା ଥିବାରୁ ସାଇରା ବାନୁଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

୭୭ ବର୍ଷିୟ ଅଭିନେତ୍ରୀ ସାଇରା ବାନୁଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ଯତ୍ନ ନିଆଯାଉଛି । ସାଇରା ବାନୁଙ୍କ ବିଷୟରେ ଏହି ଖବର  ପାଇବା ପରେ ପ୍ରଶଂସକମାନେ ଶୀଘ୍ର ସୁସ୍ଥ ହେବା ନେଇ ପାଇଁ ପ୍ରାର୍ଥନା କରିଛନ୍ତି।

ସାଇରା ବାନୁଙ୍କ ସ୍ୱାମୀ ଓରଫ ଦିଲୀପ କୁମାରଙ୍କ ଜୁଲାଇ ୭ରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସାଇରା ବାନୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ସମସ୍ତ ବଡ କଳାକାରଙ୍କ ସହ କାମ କରିଛନ୍ତି ଏବଂ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ସାଇରା ୧୯୬୧ ମସିହାରେ ଚଳଚ୍ଚିତ୍ର ଜଙ୍ଗଲି ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ । ସେ ପାଦୋସାନ, ପୁରବ ଅର ପଶ୍ଚିମ, ଶାଦି, ଜୱାର ଭଟା, ଝୁକ୍ ଗୟା ଆସମାନ, ବାଇରାଗ, ହେରା ଫେରି, ଗୋପୀ, ଆଇ ମିଲାନ କି ବେଲା ଏବଂ ଆଖ୍ରି ଦାଓ ଭଳି ମହାନ ଚଳଚ୍ଚିତ୍ରରେ କାମ କରିଛନ୍ତି । ସାଇରା ବାନୁ ଏବଂ ଦିଲୀପ କୁମାର ସାଗିନା, ଗୋପୀ, ବାଇରାଗ ଏବଂ ଡୁନିୟା ଭଳି ଚଳଚ୍ଚିତ୍ରର ଏକାଠି କାମ କରିଥିଲେ । ଏହି ଅଭିନେତ୍ରୀ ଅକ୍ଟୋବର ୧୯୬୬ରେ ଦିଲୀପ କୁମାରଙ୍କୁ ବିବାହ କରିଥିଲେ।  ଦିଲ୍ଲିପଙ୍କ ମୃତ୍ୟୁ ପରେ ସାଇରା ବାନୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି ।   ତେବେ ସାଇରା ବାନୁଙ୍କ ଆଶୁରୋଗର କାମନା କରିଛନ୍ତି ତାଙ୍କର ପ୍ରଶଂସକ ।