Advertisment

ରାଧା ହେଲେ ପଙ୍ଗା କ୍ୱିନ୍‌ କଙ୍ଗନା ରଣୱତ

ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ ସୁଖ ଓ ସୁସ୍ଥ ଜୀବନ କାମନା କରିଥାନ୍ତି। ଏନେଇ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ସୋସିଆଲ ମିଡିଆରେ ନିଜ ନିଜ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ବଧେଇ ଦେଉଥିବା ନଜର ଆସିଛି।

author-image
Pramod Behera
Kangana Ranaut

Kangana Ranaut

ମୁମ୍ବାଇ : ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ ସୁଖ ଓ ସୁସ୍ଥ ଜୀବନ କାମନା କରିଥାନ୍ତି। ଏନେଇ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ସୋସିଆଲ ମିଡିଆରେ ନିଜ ନିଜ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ବଧେଇ ଦେଉଥିବା ନଜର ଆସିଛି। କଙ୍ଗନା ରଣୱତଙ୍କ ଠାରୁ ଆରମ୍ଭ କରି ନୀତୁ କପୁରଙ୍କ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଉପଲକ୍ଷେ ସେମାନଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଛା ଜଣେଇଛନ୍ତି।

Advertisment

ବଲିଉଡର ପଙ୍ଗା କ୍ୱିନଭାବେ ପରିଚିତ କଙ୍ଗନା ରଣୱତ୍ ସୁନ୍ଦର ଭାବେ ସଜ ହୋଇ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ରାଧା ହୋଇ ଶ୍ରୀକୃଷ୍ଣଙ୍କୁ ଆରତୀ ଦେଉଥିବା ଦେଖିବାକୁ ମିଳେ। ଏହି ଫଟୋ ସେୟାର କରି କଙ୍ଗନା ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ‘#Shrinathji #jaishrikrishna.’। ଫଟୋରେ କଙ୍ଗନା ରାଜସ୍ଥାନୀ ଲୁକ୍‌ରେ ବହୁତ ସୁଦର ଦେଖାଯାଉଛନ୍ତି। ତାଙ୍କ ଆଖପାଖରେ ବହୁତ ଭିଡ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି।

Advertisment

ସେହିପରି ବଲିଉଡ୍ ଅଭିନେତ୍ରୀ ନୀତୁ କପୁର ମଧ୍ୟ ଫ୍ୟାନ୍ସଙ୍କୁ ଶୁଭେଛା ଦେବା ନେଇ ସୋସିଆଲ ମିଡିଆର ସାହାର ନେଇଛନ୍ତି। ନୀତୁ କପୁର ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ବାଲ କୃଷ୍ଣଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କୃଷ୍ଣ ଲହୁଣୀ ଖାଉଥିବା ଦେଖାଯାଏ। ଏହା ସହିତ ନୀତୁ ବାଳ କୃଷ୍ଣଙ୍କ ଏକ ସୁନ୍ଦର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହାରି ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଛା ଦେଇଛନ୍ତି। ଭିଡିଓ ସେୟାର କରି ନୀତୁ କପୁର ‘ହାପୀ ଜନ୍ମାଷ୍ଟମୀ’ ବୋଲି ଲେଖିଛନ୍ତି।

ଅଭିନେତା ଉର୍ମିଲା ମାତୋଣ୍ଡକର ମଧ୍ୟ ଏଥିରୁ ବଞ୍ଚିତ ହୋଇ ନାହାନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଛା ଜଣେଇଛନ୍ତି। ଏ ବି ବାଳ କୃଷ୍ଣଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହାରି ମଧ୍ୟମରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଭଲ ବାର୍ତ୍ତା ଦେଇଛନ୍ତି। ଏହି ଫଟୋରେ ବାଳ କୃଷ୍ଣ ଦୌଡୁଥିବାର ନଜର ଆସୁଛନ୍ତି। ଏହାକୁ ସେୟା କରି ନୀତୁ କ୍ୟାପସନରେ ଲେଖିଛନ୍ତି ଯେ “କବାଟ ଖୋଲ, ମୁ ତୁମ ଘର ବାହାରେ ଠିଆ ହୋଇଛି।” ସେଲିବ୍ରିଟିମାନଙ୍କ ଏହି ସବୁ ପୋଷ୍ଟକୁ ଉପଭୋକ୍ତାମାନେ ଲାଇକ କରୁଥିବା ବେଳେ ପ୍ରତି ଉତ୍ତର ମଧ୍ୟ ରଖୁଛନ୍ତି।

Bollywood Janmasthami 2021
Advertisment
Advertisment