Advertisment

ଜନ୍ମାଷ୍ଟମୀରେ ଶୁଭେଚ୍ଛା ଜଣାଇଲେ ବଲିଉଡ କଳାକାର, ଦେଖନ୍ତୁ କିଏ କ'ଣ କହିଲେ

ଆଜି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀର ଏହି ବିଶେଷ ଉତ୍ସବରେ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ମଧ୍ୟ ପ୍ରଶଂସକମାନଙ୍କୁ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମାଷ୍ଟମୀ ଅବସରରେ ବଲିଉଡର ସେଲିବ୍ରେଟିମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Amitabh and kangana

Amitabh and kangana

ନୂଆଦିଲ୍ଲୀ: ଆଜି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ହିନ୍ଦୁ ପୁରାଣ ଅନୁଯାୟୀ ଭଗବାନ କୃଷ୍ଣ ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହି କାରଣରୁ ଭଗବାନ କୃଷ୍ଣଙ୍କ ଭକ୍ତମାନଙ୍କ ପାଇଁ ଏହା ଏକ ବିଶେଷ ତଥା ଶୁଭ ଦିନ ଭାବରେ ବିବେଚନା କରାଯାଏ । ଆଜିର ଏହି ଦିନରେ ଲୋକମାନେ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାରକୁ କୃଷ୍ଣଙ୍କୁ ପୂଜା କରନ୍ତି । ଜନ୍ମାଷ୍ଟମୀର ଏହି ବିଶେଷ ଉତ୍ସବରେ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ମଧ୍ୟ ପ୍ରଶଂସକମାନଙ୍କୁ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମାଷ୍ଟମୀ ଅବସରରେ ବଲିଉଡର ସେଲିବ୍ରେଟିମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ବହୁ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ପ୍ରଶଂସକମାନଙ୍କୁ କୃଷ୍ଣ ଜନ୍ମାଷ୍ଟମୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଶୁଭ ଜନ୍ମାଷ୍ଟମୀ । ଏ ବର୍ଷ ମୁଁ ଜୟ ଶ୍ରୀକୃଷ୍ଣଙ୍କୁ ଦେଖିବାର ସୌଭାଗ୍ୟ ପାଇଲି।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କୃଷ୍ଣ ଜନ୍ମାଷ୍ଟମୀକୁ ପ୍ରଶଂସକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଗ୍ ବି ଲେଖିଛନ୍ତି ଯେ 'ଜନମାଷ୍ଟମୀରେ ଅନେକ ଅନେକ ଶୁଭେଚ୍ଛା'।

Advertisment

ଏଥି ସହିତ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ତାଙ୍କ ଟ୍ୱିଟର ଆକାଉଣ଼୍ଟରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, 'ଭଗବାନ କୃଷ୍ଣ ଆପଣଙ୍କର ସମସ୍ତ ଚିନ୍ତା ଦୂର କରନ୍ତୁ ଏବଂ କୃଷ୍ଣ ଜନମାଷ୍ଟମୀ ଉପରେ ଆପଣଙ୍କୁ ଶାନ୍ତି ଏବଂ ସୁଖ ଦିଅନ୍ତୁ'।

ଗାୟକ ଅଦନନ୍ ସାମି ଏବଂ ଅଭିନେତ୍ରୀ ସୁଜାନ ବର୍ନର୍ଟ ମଧ୍ୟ ସୋସିଆଲ ମିଡିଆରେ ଜନ୍ମାଷ୍ଟମୀରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡ଼ା ବହୁ କଳାକାର ଜନ୍ମାଷ୍ଟମୀର ଶୁଭକାମନା ଜଣାଇଛନ୍ତି । ପ୍ରଶସଂକ ମାନେ ଏହି ପୋଷ୍ଟ ଲୋକମାନେ ବହୁତ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି ।

Bollywood News Janmastami Wishes
Advertisment
Advertisment