
ଭେଣ୍ଟିଲେଟର୍ ଥିବା ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍, ୫ ଲକ୍ଷ ଅକସିଜେନ୍ ସୁବିଧା ବେଡ୍ ସହ ମୋଟ୍ ୭ ଲକ୍ଷ ନନ୍ ଆଇସିୟୁ ବେଡ୍ ଓ ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ କେୟାର୍ ବେଡ୍ ଆବଶ୍ୟକ ହେବ। ଏପରି ସ୍ଥିତିରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି।
କରୋନାର ତୃତୀୟ ଲହର ଆସିଲେ ପିଲାମାନେ ଅଧିକ ପ୍ରଭାବିତ ହେବେ । ପିକ୍ ପିରିୟଡରେ ୧୦୦ ରେ ୨୩ ପିଲା ହସ୍ପିଟାଲାଇଜ୍ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ହସ୍ପିଟାଲାଇଜେସନର ଅଧିକ ବ୍ୟବସ୍ଥା ନାହିଁ । ତେବେ ଆଗାମୀ ସମୟକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ପାଇଁ ସବୁ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ।
ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି।
ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ।
ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।
ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି।ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି।ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା।
ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।
କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରଥମ ଓ ଦ୍ୱିତୀୟ ଲହରରେ ବି କରୋନାରେ ଶିଶୁ ସଂକ୍ରମିତ ହୋଇଛନ୍ତି। ଏପରିକି ପ୍ରାଣ ବି ହରାଇଛନ୍ତି ଏକାଧିକ ଶିଶୁ ଏବଂ କିଶୋର। ପ୍ରଥମ ଲହରରେ ୧୩ ଓ ଦ୍ୱିତୀୟ ଲହରରେ ୨୩ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଛି। ତେଣେ ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ତୃତୀୟ ଲହରରେ ଆହୁରି ଅଧିକ ଶିଶୁ ଆକ୍ରାନ୍ତ ହେବେ।
ଜନ୍ସନ୍ ଆଣ୍ଡ ଜନ୍ସନ୍ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ । ଭାରତରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଛି ।
କୋରନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି । ଆଗ୍ରା ତାଜମହଲ ବି ଦୀର୍ଘ ଦିନରୁ ରାତିରେ ବନ୍ଦ ରହୁଛି । ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ ତାଜମହଲର ରାତ୍ରୀ କାଳୀନ ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳିବ।
ଏବେ ଆଉ ଏକ ନୂଆ ଫଙ୍ଗସ୍ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍ର ନାଁ ‘ଅରୁଣାଲୋକେ’ ରଖାଯାଇଛି।
ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି।
ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ସମ୍ଭାବ୍ୟ ଶିଶୁ ସଂକ୍ରମଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଆବଶ୍ୟକୀୟ ବେଡ୍, ଆଇସିୟୁ ଚିହ୍ନଟ କରି ରଖାଯାଇଛି। ଯେଉଁମାନଙ୍କର ଆବଶ୍ୟକ ପଡ଼ୁଛି ସେମାନଙ୍କୁ ଆଡମିଶନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି।
ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୬୬,୨୮୧ କରାଯାଇଥିଲା। ପଜିଟିଭିଟି ୧.୫୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।
ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉ ୧୩୮ ପିଲା। ୪ ଦିନରେ ୪୭୬ ଆକ୍ରାନ୍ତ ହେବା ବଢ଼ାଇଛି ଚିନ୍ତା
ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି ।
ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୧୯ ତାରିଖରେ ପ୍ରଦୀପ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୫ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।
ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିବାରୁ ଦ୍ୱିତୀୟ ଲହର ସରି ସରି ଆସୁଛି । ହେଲେ ସଂପୂର୍ଣ୍ଣ ସରିନଥିବାରୁ ଏବେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।