/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629356375.jpg)
Corona Child
ଭୁବନେଶ୍ୱର: ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହୁଅନି। ସରକାର ମନିଟରିଂ କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ଶିଶୁଙ୍କୁ କରୋନା ସଂକ୍ରମଣ ନେଇ ସେ କହିଛନ୍ତି ଯେ ଏବେ ଶିଶୁ ଆକ୍ରାନ୍ତ ଶହେ ଉପରେ ରହୁଛି, ୧ମ ଓ ୨ୟ ଲହରରେ ବି ଥିଲା। ୩ୟ ଲହରରେ ଅଧତ୍କ ଶିଶୁ ଆକ୍ରାନ୍ତ ହେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ଏଥତ୍ପାଇଁ ଆମକୁ ସ୍ୱତନ୍ତ୍ର ପ୍ରିକସନ୍ ନେବାର ଅଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବ୍ୟବସ୍ଥା କରାଯାଉଛି। ସବୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା ହୋଇଛି। ପର୍ଯ୍ୟାପ୍ତ ଜେନେରାଲ ଓ ICU, HDU ବେଡ୍, ଭେଣ୍ଟିଲେଟର ରଖାଯାଇଛି।
ପ୍ରକାଶ ପାଉଥିବା ମୃତ୍ୟୁ କାଲିର ନୁହେଁ, ଯାହା ଅଡିଟ ହେଉଛି, ତାହା ଆସୁଛି। ଏବେ ଖୁବ୍ କମ୍ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୧୫୪କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଶିଶୁ ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ସମ୍ଭାବ୍ୟ ଶିଶୁ ସଂକ୍ରମଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଆବଶ୍ୟକୀୟ ବେଡ୍, ଆଇସିୟୁ ଚିହ୍ନଟ କରି ରଖାଯାଇଛି। ଯେଉଁମାନଙ୍କର ଆବଶ୍ୟକ ପଡ଼ୁଛି ସେମାନଙ୍କୁ ଆଡମିଶନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି। ଆହୁରିି ବେଡ୍ ସଂଖ୍ୟା ବୃଦ୍ଧି କରାଯିବାକୁ ପ୍ରୟାସ ଜାରି ରହିଛି। ଆବଶ୍ୟକ ହେଲେ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ ବୋଲି DMET କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)