Advertisment

Potential Indian Military Strike on Pakistan: ଦିଲ୍ଲୀରେ ବିଗ୍ ପ୍ଲାନ, ଛାନିଆ ହେଲାଣି ପାକିସ୍ତାନ... ଡରି ମରି ବଞ୍ଚୁଛି ଇସଲାମାବାଦ

ଭାରତର ବିଗ୍ ପ୍ଲାନ, ଛାନିଆ ପାକିସ୍ତାନ । ଅଚାନକ ଆଟାକ୍ କରିଦେବ କି ଭାରତ ? ଡରି ମରି ବଞ୍ଚୁଛି ଇସଲାମାବାଦ । ନିଦ ହଜି ଯାଇଛି, ଦିଲ୍ଲୀରେ କ’ଣ ଚାଲିଛି ଟିକିନିଖି ଖବର ରଖୁଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଦିଲ୍ଲୀରେ ବିଗ୍ ପ୍ଲାନ୍ ଛାନିଆ ପାକିସ୍ତାନ

ଦିଲ୍ଲୀରେ ବିଗ୍ ପ୍ଲାନ୍ ଛାନିଆ ପାକିସ୍ତାନ

ଭାରତ କୌଣସି ମୁହୂର୍ତ୍ତରେ ବି ଅଟାକ୍ କରିପାରେ। ଏଇ ଚିନ୍ତାରେ ଡରିମରି ଛାନିଆ ହୋଇ ବାଉଳି ଖାଇଲାଣି ପାକିସ୍ତାନ, ରାତି ଶୋଉନି । ଗତକାଲି ପାକ୍ ସୂଚନା ମନ୍ତ୍ରୀ ରାତି ସାଢ଼େ ଗୋଟାଏରେ ପ୍ରେସମିଟ୍ କରି ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରି ଷ୍ଟ୍ରାଇକ୍ କରିପାରେ ବୋଲି ଶଙ୍କା ପ୍ରକାଶ କରିବା ସହ ଭାରତୀୟ ସେନାକୁ ଉଚିତ୍ ଜବାବ ଦେବୁ ବୋଲି ମୁହଁ ଫୁଟାଣି ମାରିଛନ୍ତି । ଏଣେ ସୀମାରେ ଅସ୍ତ୍ରବିରତି ଉଲଂଘନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ ଦେଖି ପାକିସ୍ତାନୀ ସେନାର ଏବେ ପିଳେହିପାଣି ଅବସ୍ଥା । କେଉଁଠି ପାକ୍ ରେଞ୍ଜର ପୋଷ୍ଟ ଛାଡ଼ି ପଳାଇଲେଣି ତ ପିଓକେରେ ଡରରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇ ରଖିଲେଣି ।

Advertisment

ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ

ଭାରତର ବିଗ୍ ପ୍ଲାନ, ଛାନିଆ ପାକିସ୍ତାନ । ଅଚାନକ ଆଟାକ୍ କରିଦେବ କି ଭାରତ ? ଡରି ମରି ବଞ୍ଚୁଛି ଇସଲାମାବାଦ । ନିଦ ହଜି ଯାଇଛି, ଦିଲ୍ଲୀରେ କ’ଣ ଚାଲିଛି ଟିକିନିଖି ଖବର ରଖୁଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି, ଶତ୍ରୁ ବିପକ୍ଷରେ ବଡ଼ ଆକ୍ସନ ନେବାକୁ ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ପରେ କେମିତି ନିଦ ଉଡ଼ିଯାଇଛି ପାକିସ୍ତାନର, ଇଏ ତାର ପ୍ରମାଣ ।

Advertisment

ଗତକାଲି ରାତି ସାଢ଼େ ଗୋଟାଏ । ହଠାତ୍ ପାକ୍ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର କରିଥିଲେ ପ୍ରେସମିଟ୍- ଯେଉଁଥିରେ ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ ବୋଲି ଶଙ୍କା ପ୍ରକାଶ କରିଥିଲେ । ଏମିତିକି ଭାରତୀୟ ସେନାର ହମଲା ନେଇ ତାଙ୍କ ପାଖରେ ବିଶ୍ବାସଯୋଗ୍ୟ ଗୁଇନ୍ଦା ତଥ୍ୟ ଥିବା ମଧ୍ୟ ଦାବି କରିଥିଲେ । ତେବେ ସାମ୍ବାଦିକ ସମ୍ମିଳନୀରେ ତରାରଙ୍କ କଥାରୁ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା ଆତଙ୍କବାଦକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ତରାର କହିଥିଲେ- ତାଙ୍କ ଦେଶ ନିଜେ ଆତଙ୍କବାଦ କବଳରେ ପୀଡ଼ିତ ।

ଏଣେ କିନ୍ତୁ ପହଲଗାମ୍ ବଦଲା ନେବାକୁ ଭାରତର ଘନ ଘନ ବ୍ଲୁ ପ୍ରିଣ୍ଟ ତୟାରି ଦେଖି ପାକିସ୍ତାନର ପିଳେହିପାଣି ଅବସ୍ଥା । ହେଲେ ପୁରୁଣା ଖୋଇ ଛାଡ଼ୁନି । ଲଗାତାର ୬ ଦିନ ଧରି ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ମାଡ଼ କରୁଛି ପାକ୍ ସେନା । ଏପରିକି ଗତକାଲି ତ ଜମ୍ମୁର ପରଗୱାଲସ୍ଥିତ ଅନ୍ତର୍ଜାତୀୟ ସୀମାରେଖା ବା ଆଇବି ନିକଟରେ ବି ପାକିସ୍ତାନ ଗୁଳିମାଡ଼ କରିଛି । ଜମ୍ମୁ-କାଶ୍ମୀରର ବିଭିନ୍ନ ସେକ୍ଟରରେ ଏବେ ଉତ୍ତେଜନାତ୍ମକ ସ୍ଥିତି ।

ଗତକାଲି ରାତିରେ ନୌସେରା, ସୁନ୍ଦରବନି ଓ ଅଖନୁର ସେକ୍ଟରରେ ପାକ୍ ସେନାକୁ ମୁହଁତୋଡ଼ ଜବାବ ବି ଦେଇଛି ଭାରତୀୟ ସେନା । ଆସଲ୍ଟ ରାଇଫଲ୍ ଓ ମେସିନ ଗନ୍ ଦ୍ବାରା ଭାରତର ଦୃଢ଼ ଜବାବୀ ହମଲା ଦେଖି ପାକ୍ ଅଧିକୃତ କାଶ୍ମୀରରେ ବଙ୍କରରେ ଲୁଚିଲେଣି ଆତଙ୍କବାଦୀ । ଡରରେ ପାକିସ୍ତାନ ସେନା ୨ଶହରୁ ଅଧିକ ଆତଙ୍କୀଙ୍କୁ ପାକିସ୍ତାନ ସେନା ବଙ୍କର ଭିତରେ ଲୁଚାଇ ରଖିଥିବାର ବି ଗୁଇନ୍ଦା ସୂଚନା ମିଳିଛି । ଏଥିସହ ଭାରତୀୟ ସେନାର ହମଲା ଡରରେ କିଛି ପାକିସ୍ତାନୀ ରେଞ୍ଜର୍ସ ପୋଷ୍ଟ ଛାଡ଼ି ବି ପଳାଇ ଯାଇଥିବା ଖବର ମିଳିଲାଣି । ଭାରତର ଏୟାର ଷ୍ଟ୍ରାଇକ୍‌କୁ ଠାବ କରିବା ପାଇଁ ପାକ୍ ସେନା ନିଜ ରାଡାର ସିଷ୍ଟମକୁ ସିଆଲକୋଟ୍ ସେକ୍ଟରର ଫରୱାର୍ଡ ସ୍ଥାନକୁ ସ୍ଥାନାନ୍ତର କରିଛି । ଫିରୋଜପୁର ସେକ୍ଟରରେ ଭାରତର ଗତିବିଧି ନିରୀକ୍ଷଣ କରିବାକୁ ଇଲେକଟ୍ରୋନିକ୍ ଯୁଦ୍ଧ ବାହିନୀକୁ ମୁତୟନ କରିଛି ।

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

India Pakistan Pahalgam Terrorist Attack Pahalgam Attack
Advertisment
Advertisment