Advertisment

Pahalgam Attack Revenge: ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ହାଇଲେବୁଲ୍‌ ମିଟିଂ, ସ୍ଥଳସେନା ମୁଖ୍ୟ-ବୈଦେଶିକ ମନ୍ତ୍ରୀ-NSAଙ୍କ ସହ କଲେ ଆଲୋଚନା

ପହଲଗାମ୍ ହମଲା ପରେ ପାକିସ୍ତାନକୁ ନେଇ ଭାରତେ ବୈଠକ ହେଲା। ପ୍ରଧାନମନ୍ତ୍ରୀ ମୋଦି, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଏନଏସଏ ଡୋଭାଲ ଓ ତିନୋଟି ବାହିନୀ ମୁଖ୍ୟ ଏହାରେ ଅଂଶ ନେବା ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସେନାକୁ ପ୍ରତିକାର ନେବାକୁ ସ୍ୱାଧୀନତା ଦେଇଥିଲେ। ୧୯୯୦ ମିନିଟ ଧରି ଏହି ବୈଠକରେ ସମସ୍ତ କଣ୍ଠରେ ପ୍ରତିକାର ଓ ଅନୁଷ୍ଠାନର କଥା ଚାଲିଲା।

author-image
Santosh Kumar Sahoo
ମୋଦିଙ୍କ ଆଉ ଏକ ବଡ଼ ବୈଠକ

ମୋଦିଙ୍କ ଆଉ ଏକ ବଡ଼ ବୈଠକ

ପହଲଗାମ୍‌ ବଦଲା ନେବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛି ଭାରତ । ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ମଧ୍ୟରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

Advertisment

ଅଧିକ ପଢ଼ନ୍ତୁ: ସାମରିକ କ୍ଷେତ୍ରରେ କିଏ ଅଧିକ ଶକ୍ତିଶାଳୀ ? ଭାରତ ନା ପାକିସ୍ତାନ ? ଜାଣନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଫେରି ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସଦ୍ୟତମ ବୈଠକରେ ଯୋଗ ଦେଇଥିବା ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଏନଏସଏ ଡୋଭାଲ ମଧ୍ୟ ନୂଆଦିଲ୍ଲୀସ୍ଥିତ ୭ ଲୋକ କଲ୍ୟାଣ ମାର୍ଗରୁ ଚାଲିଯାଇଛନ୍ତି ।

Advertisment

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ୯୦ ମିନିଟ୍ ଧରି ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, CDS ଜେନେରାଲ ଅନିଲ ଚୌହାନ ଏବଂ ତିନି ବାହିନୀର ମୁଖ୍ୟ - ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକ ପରେ ସେନାକୁ ପ୍ରଧାନମନ୍ତ୍ରୀ ଗ୍ରୀନ୍‌ ସିଗନାଲ୍‌ ଦେଇଥିଲେ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା । ଏନେଇ ୩ ସେନା ମିଳିତ ନିଷ୍ପତ୍ତି ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ବଦଲା ନନେବା ଯାଏଁ ଚୁପ୍ ବସିବନି ଭାରତ, ଘନ ଘନ CCS ବୈଠକ ପରେ ବଢ଼ିଲା ନାନା ଚର୍ଚ୍ଚା

Narendra Modi Army Chief Pahalgam Terrorist Attack Pahalgam Attack
Advertisment
Advertisment