• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପହଲଗାମ୍ ହମଲା ପଛରେ ଥିବା ଆତଙ୍କୀ ଚେହେରା ଧିରେ ଧିରେ ସାମ୍ନାକୁ ଆସୁଛି । ସବୁଠୁ ଚର୍ଚ୍ଚାରେ ଥିବା ଦୁଇ ଆତଙ୍କବାଦୀ ହସିମ୍ ମୂଷା ଓ ଫାରୁକ୍ ଅହମଦକୁ ଏବେ ଖୋଜୁଛି ସେନା । ଦକ୍ଷିଣ କଶ୍ମୀରର ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହି ପାକିସ୍ତାନକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ହସିମ୍‌ ମୂଷାକୁ କିନ୍ତୁ ଜୀବନ୍ତ ଧରିବାକୁ ଜାରି ରହିଛି ଅପରେସନ୍ । ଏସବୁ ଭିତରେ ଆତଙ୍କୀ ଆକ୍କା ଲସ୍କର-ଏ-ତେଏବାର ମୁଖ୍ୟ ହାଫିଜ୍ ସଇଦର ଲାହୋରର ଭିଆଇପି ଠିକଣା ସାମ୍ନାକୁ ଆସିଛି ।

ପାକିସ୍ତାନରେ ଆକ୍କା, ଗ୍ରାଉଣ୍ଡରେ ଚେଲା । ପହଲଗାମ୍ ହମଲା ପଛର ଆତଙ୍କୀ ନର ରାକ୍ଷସଙ୍କ ଖୋଲୁଛି ମୁଖା । ହାଫିଜ୍ ସଇଦ୍-ସୈଫୁଲ୍ଲା କସୁରୀ-ଫାରୁକ୍ ଅହମ୍ମଦ-ହସିମ୍ ମୂଷା... ନୀରିହ ଭାରତୀୟଙ୍କ ରକ୍ତରେ ହୋଲି ଖେଳିଥିବା ଏଇ ୪ ଜହ୍ଲାଦ ଏବେ ଭାରତୀୟ ସେନାର ଟାଗେର୍ଟରେ । ଏମାନେ ହିଁ ରଚିଥିଲେ ୨୨ ଏପ୍ରିଲ ପହଲଗାମ୍ ନରସଂହାରର ଷଡ଼ଯନ୍ତ୍ର । ହେଲେ ହାସିମ୍ ମୂଷା ଓ ଫାରୁକ୍ ଅହମ୍ମଦର କାରନାମା ପରେ ସେନାର ଗନ୍ ପଏଣ୍ଟରେ ଏମାନେ ।

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

ହସିମ୍ ମୂଷା: କୁହାଯାଉଛି, ମୂଷା ହେଉଛି ପାକିସ୍ତାନର ପୂର୍ବତନ ପାରା କମାଣ୍ଡୋ । କିଛି ବର୍ଷ ଧରି ପାକିସ୍ତାନ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ ପାରା କମାଣ୍ଡୋ ଭାବେ କାର୍ଯ୍ୟ କରିବା ପରେ ଲସ୍କର ଏ ତୋଏବାରେ ସାମିଲ ହୋଇଥିଲା । ପାହାଡ଼ ଚଢ଼ିବାରେ ମାହିର ଓ ଜଙ୍ଗଲରେ ଲୁଚି ଯୁଦ୍ଧ କରିବାରେ ଏକ୍ସପର୍ଟ ଥିବା ମୂଷା, ସେ ଦିନ ଆସିଥିଲା ପହଲଗାମ୍ । ବୈସରନ୍ ଘାଟିରେ ଦୌଡ଼ି ଦୌଡ଼ି ଗୁଳି ଚଳାଇଥିଲା ପର୍ଯ୍ୟଟକଙ୍କ ଉପରେ । ୨୦୨୩ରୁ ଭାରତରେ ଅନୁପ୍ରବେଶ କରି ପ୍ରାୟ ୬ଟି ଆତଙ୍କୀ କାଣ୍ଡ ଘଟାଇ ସାରିଲାଣି ହସିମ୍ ମୂଷା । ହମଲା ପରେ ଦକ୍ଷିଣ କଶ୍ମୀରର ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ମୂଷାକୁ ଜୀବନ୍ତ ଧରିବାକୁ ସେନା ଚଲାଇଛି ଜୋରଦାର ଅପରେସନ୍ । ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ବି ଘୋଷଣା ହୋଇଛି ।

ଫାରୁକ ଅହମ୍ମଦ: କଶ୍ମୀରରେ ରହି କଶ୍ମୀରରେ ଖାଇ କଶ୍ମୀରୀଙ୍କ ପେଟରେ ଛୁରୀ ଭୁଷିଛି ଫାରୁକ୍ । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇଥିଲା ୟେ । ନିଜ ସ୍ପାଏ ନେଟୱର୍କକୁ ଉପତ୍ୟକାରେ ବିଛାଇ ଏମାନଙ୍କୁ ପ୍ରବେଶ କରାଇଛି । ଅନୁପ୍ରବେଶ ପରେ ରାସ୍ତା ବତାଇବା, ଆଟାକ୍ ପରେ ସେଠୁ ଖସିଯିବା ଭଳି ସବୁ ପ୍ରକାର କାମ ନିଜ ସ୍ଲିପର୍ ସେଲ୍‌ର ବିଷ ଜାଲ ଦ୍ବାରା କରିଛି ଫାରୁକ୍ । ସେନାର ତଦନ୍ତରେ ଏସବୁ ଜଣାପଡ଼ିବା ପରେ ଫାରୁକର କୁପୱାଡ଼ା ସ୍ଥିତ ଘରକୁ ଭାଙ୍ଗିଛି ଫୋର୍ସ ।

ହସିମ୍ ମୂଷା ଓ ଫାରୁକ୍ ଅହମ୍ମଦ୍ ଏମାନେ ନିର୍ଦ୍ଦେଶ ପାଉଥିଲେ ପାକିସ୍ତାନରୁ । ସେଠି ବସିଥିବା ଆତଙ୍କବାଦୀଙ୍କ ଆକ୍କାକୁ ବି ଥରେ ଦେଖି ନିଅନ୍ତୁ। ହାଫିଜ୍ ସଇଦ୍-ଲସ୍କର ଏ ତୋଏବା-LeTର ପ୍ରତିଷ୍ଠାତା, ଆତଙ୍କବାଦୀଙ୍କ ଗଡ୍ ଫାଦର, ପାକିସ୍ତାନ ସେନାର ଫେଭରେଟ୍ । ସେଥିପାଇଁ ତ ପାକିସ୍ତାନ ଲାହୋରର ବ୍ୟସ୍ତବହୁଳ ଅଞ୍ଚଳରେ ପାକିସ୍ତାନ ସେନାର କଡ଼ା ସୁରକ୍ଷାରେ ରହୁଛି । ଖାଲି ରହୁନି ବରଂ ସବୁ ପ୍ରକାର ଭିଆଇପି ବ୍ୟବସ୍ଥା ରହିଛି । ମିଳିଥିବା ସାଟେଲାଇଟ୍ ଇମେଜ୍‌ରେ ହାଫିଜର ଲାହୋର ବଙ୍ଗଲା ଭିତରେ ରହିଛି ପାର୍କ, ମାଦ୍ରସା ସମେତ ସବୁ ପ୍ରକାର ଅତ୍ୟାଧୁନିକ ଭିଆଇପି ବ୍ୟବସ୍ଥା ।

ସୈଫୁଲ୍ଲା କସୁରୀ- ହାଫିଜ୍‌ର ଚେଲା, ପହଲଗାମ୍ ଆତଙ୍କବାଦୀଙ୍କୁ ପାକିସ୍ତାନରୁ ଦେଇଥିଲା ଟ୍ରେନିଂ ଏବଂ ବ୍ଲୁପ୍ରିଣ୍ଟ ବନାଇଥିଲା । ଏସବୁ ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟ ଆସିଫ୍ ମୁନୀରଙ୍କ ସିଧା ହାତ । କାରଣ ହାଫିଜ୍, ପାକିସ୍ତାନ ସେନାର ଫୋପଡ଼ା ରୁଟି ସହାୟତାରେ ବର୍ଷ ବର୍ଷ ଧରି ଆତଙ୍କବାଦୀ ନେଟୱର୍କ ଚଲାଇ ରଖିଛି । କଶ୍ମୀରରେ LeT ଓ ଏହାର ସୁପ୍ତ ସେଲ୍ TRFକୁ ବି ପାକିସ୍ତାନର ପୃଷ୍ଠପୋଷକତାରେ ବଢ଼ାଇଛି ।

ପହଲଗାମ୍ ହମଲାର ତଦନ୍ତ କରୁଥିବା ଜାତୀୟ ସୁରକ୍ଷା ଏଜେନ୍ସି- NIA ହାତରେ ଲାଗିଛି ଠୋସ୍ ଓ ଗୁରୁତ୍ବପୂର୍ଣ୍ଣ ସୁରାକ । ପ୍ରାୟ ୨୨ଶହ ଲୋକଙ୍କୁ ଏଯାଏଁ ପଚରାଉଚରା ସରିଛି, କେବଳ ଶ୍ରୀନଗରରେ ୫୦୦ ଜଣଙ୍କୁ ଜେରା କରିବା ସହ କିଛି ସନ୍ଦିଗ୍ଧଙ୍କୁ ବି ଉଠାଇ ଆଣିଛି NIA ।

ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ