୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ । ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା । ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ...
ବିଶ୍ବାସ ଆଉ ଗୁରୁଶିଷ୍ୟ ପରମ୍ପରା ନାଁରେ ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ ମିଶିଲା ମାଟିରେ । ତଥାକଥିତ କୁନି କଲ୍କୀର ବେଆଇନ ସାମ୍ରାଜ୍ୟକୁ ଭାଙ୍ଗି ଗୁଣ୍ଡ କରିଦେଇଛି ବିଡିଏ । ଏବେ ନା ଭକ୍ତ-ଭକ୍ତି ଆଉ ଭଗବାନ ନାଁରେ ଚାଲିବ ଭାଣ୍ଡାମୀ, ନା...
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ। ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ।...
ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । କିନ୍ତୁ ବିଡମ୍ବନା,ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି...
ସିଙ୍ଗାପୁରର ବୈଷୟିକ ସହାୟତାରେ ଓଡ଼ିଶାରେ ଗଢ଼ି ଉଠିବ ନୂଆ ସହର । ଏଥିପାଇଁ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି ଓଡ଼ିଶା ସରକାର। ଏଥିସହ ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ସିପିଂ କରିଡର ଆଦି ସମେତ ମୋଟି ୮ଟି ପ୍ରକଳ୍ପ ପାଇଁ ସିଙ୍ଗାପୁର ସହ ବୁଝାମଣାପତ୍ର...
ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର।
ଆଉ ୧୦ରୁ ୧୨ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ?
ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' ।
ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...
ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।
ବିବାହ ସିଜିନ ପୂର୍ବରୁ ଉପରମୁହାଁ ସୁନା ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି।
୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ।
ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା।
ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି ହସିଂତା ଅଭିଲିପ୍ସା । ଆବେଦନରେ ହସିଂତା ତାଙ୍କ ସ୍ବାମୀ ସରୋଜ ସାହୁ ବୋଲି ଦର୍ଶାଇଥିବା ସୂଚନା ମିଳିଛି ।
ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ଆମେ ବିଧାନସଭାରେ ସିବିଆଇ ତଦନ୍ତ ନଚେତ ନ୍ୟାୟିକ ତଦନ୍ତ ଦାବି କରିଥିଲୁ। ସେତେବେଳର ସରକାର ଏକମତ ହେଲେ ନାହିଁ ବୋଲି କହିଛନ୍ତି ସାଲୁଜା।
ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଥିବା ବେଳେ, ପୁରୁଣା ସରକାରଙ୍କ BSKY ପେଡି ଖୋଲିବେ ନୂଆ ସରକାର । BSKYରେ କେମିତି ହେଉଥିଲା ଦୁର୍ନୀତି, କେଉଁ ହସ୍ପିଟାଲ କରୁଥିଲେ ଏକ୍ସଟ୍ରା ବିଲ୍ । କେଉଁ କେଉଁ ସରକାରୀ ଅଧିକାରୀ ଥିଲେ ସାମିଲ । ତାର ତଦନ୍ତ କରିବାକୁ...
ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ । ସଂଖ୍ୟା ୪ରେ ପହଁଚିଲାଣି । ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ ।
ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ ସବୁ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ଆଉ ଟ୍ରାଏଲ୍ ରନ୍ ନୁହେଁ ବରଂ ସିଧା ପ୍ରକ୍ରିୟା ଚାଲୁହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭକ୍ତ ଏହାକୁ ସ୍ବାଗତ କରିଥିବା ବେଳେ...
ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେବ କ୍ଷୀର । ପୁଷ୍ଟିସାର ଯୁକ୍ତ ୨୦୦ ML ଦୁଗ୍ଧ ଦେବାକୁ ଯୋଜନା ହୋଇଛି । ଗତକାଲି ରାଇରଙ୍ଗପୁରର ୨୯ଟି ସ୍କୁଲରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗୁ କରାଯାଇଛି । ଏଥିପାଇଁ କ୍ଷୀର ଯୋଗାଇବେ ଓମଫେଡ୍ ଓ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ...