ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।
କେବଳ ସେତିକି ନୁହେଁ ଅପରାଧିଙ୍କ ଉପରେ ମଧ୍ୟ ରହିଛି ତାଙ୍କର କଡ଼ା ନଜର। କାମ ଆଗରେ ତାଙ୍କ ପାଇଁ ତୁଚ୍ଛ ହୋଇପଡିଛି ତାଙ୍କ ଗର୍ଭାବସ୍ଥା।
ମାଗୁଣି କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।
୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।
ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ସମାନ ଘୋଷଣା ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ କରାଯାଇଥିଲା। କିନ୍ତୁ ମେ’ ୭ରେ ଏହାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଥିଲା। ହେଲେ ଏବେ ପୁଣିଥରେ ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।
ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି ।...
ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ...
ଭୁବନେଶ୍ୱରରେ ବାର୍ ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ ।
୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।
କନ୍ୟାକୁମାରୀର ବିବେକାନନ୍ଦ ମେମୋରିଆଲ ଧ୍ୟାନ ମଣ୍ଡପରେ ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ।
ଜୋଡ଼ି ଆପାର୍ଟମେଣ୍ଟର ଅର୍ଥ ହେଉଛି ଦୁଇଟି ରେସିଡେନ୍ସିଆଲ ୟୁନିଟ୍କୁ ଗୋଟିଏ ଭାବେ ମର୍ଜ କରାଯାଇଥିବ । ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରୋଜେକ୍ଟ ଲୋଟସ ଏନ୍ପାର ରେସିଡେନ୍ସିରେ ଲଗାଇବା ପାଇଁ ଏହି ୩ ଜୋଡ଼ି ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା...
ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ରଖିଛନ୍ତି । ‘ଏକ୍ସ’ରେ ତଥ୍ୟ ରଖି କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ।
ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ (DEO) ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ ।
ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।
ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।
ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।
ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।