/odishatv-khabar/media/post_attachments/uploadimage/library/16_9/16_9_0/fire_1716992008.jpg)
fire
ଥାନା ପାଖରେ ଥିବା ଏକ ପାର୍କିଂରେ ରହିଥିଲା ଗାଡ଼ି । ଏକାଥରକେ ସବୁ ଜଳିଗଲା । ଗୋଟିଏ କି ଦୁଇଟି ନୁହେଁ ୧୯ଟି ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଗଲା । ବୁଧବାର ଭୋର ପ୍ରାୟ ୧.୧୭ରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦିଲ୍ଲୀ ମଧୁ ବିହାର ଅଞ୍ଚଳରେ । ଏହି ପାର୍କିଂ ସ୍ଥଳଟି ମାଣ୍ଡୱାଲି ପୋଲିସ ଷ୍ଟେସନ୍ର ଅତି ନିକଟରେ ରହିଛି । ଆଉ ସହରର ପୂର୍ବ ଭାଗରେ ।
ତେବେ ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁଆୟତ୍ତ କରିଥିଲା । ହେଲେ ସେତେବେଳକୁ ୧୯ଟି କାର ଜଳି ପୋଡ଼ି ନଷ୍ଟ ହୋଇସାରିଥିଲା । ଏହି ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।
ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି..ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ
ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ । ଆପେ ଆପେ ନିଆଁ ଲାଗିଛି ନା ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି । ସେନେଇ ତଦନ୍ତ ଚାଲିଛି ।
#WATCH | Several cars were gutted in a fire at a parking lot near police station Mandavali in the Madhu Vihar area of Delhi. The fire which broke out last night around 1:17 AM has been brought under control. pic.twitter.com/9x2uadJbAL
— ANI (@ANI) May 29, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)