• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୟସ ମାତ୍ର ୧୫ । ସମ୍ବିଧାନ ଅନୁଯାୟୀ ସେ ନାବାଳିକା । ଦଶମ ଶ୍ରେଣୀରେ ପଢ଼ୁଛି । ଆଉ ଏଇ ବୟସରେ ସେ ବାପାଙ୍କୁ ମାରିଲା । ୯ ବର୍ଷର କୁନି ଭାଇକୁ ମାରିଲା । ସେମାନଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଛୋଟ ଛୋଟ ପିସ୍‌ କଲା  । ଆଉ ସେହି ମାଂସ ଗୁଡ଼ିକୁ ଫ୍ରିଜ୍‌ରେ ରଖିଲା । ୨ ମାସ ପୋଲିସକୁ ଚକ୍‌ମା ଦେଇ ବୁଲିଲା । ଏତେ ଚାଲାଖ୍‌ ଯେ ଟେର୍ ବି ପାଇଲାନି ପୋଲିସ । ଶେଷରେ ବହୁ ଚେଷ୍ଟା ପରେ ଗିରଫ ହେଲା ।

ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡ ହରିଦ୍ୱାରରୁ । ଜବଲପୁରର ସିଭିଲ ଲାଇନ୍‌ ଏରିଆର ମିଲେନିୟମ ସୋସାଇଟିରେ ରହୁଥିଲେ ପୁରା ପରିବାର । ବାପା ରେଲ୍‌ୱେ ବିଭାଗରେ ହେଡ୍‌ କ୍ଲର୍କ ଭାବେ କାମ କରୁଥିଲେ ।

ଅଧିକ ପଢ଼ନ୍ତୁ: କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏଇ ବୟସରେ ଏତେ ବଡ଼ ଜଘଣ୍ୟ କାଣ୍ଡ ଘଟାଇବା ପାଇଁ ତାର ସାହସ ଆସିଲା କେଉଁଠୁ ? ତେବେ ଏହାର ଉତ୍ତର ହେଲା, ନାବାଳିକାର ଜଣେ ବୟ ଫ୍ରେଣ୍ଡ (ମୁକୁଲ ସିଂହ, ବୟସ ୧୯) ଥିଲା । ଆଉ ତାଙ୍କ ପରିବାର ଲୋକ ଏହି ପ୍ରେମକୁ ସ୍ୱୀକାର କରୁନଥିଲେ । ସେହି ବୟ ଫ୍ରେଣ୍ଡ ଏହି ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିଲା । ଏବେ ଆପଣ ବୋଧ ହୁଏ ପୁରା ଘଟଣାକୁ ଅନୁମାନ କରିସାରିଥିବେ ।

ତେବେ ପୁରା କାହାଣୀଟି ହେଲା... ସେପ୍ଟେମ୍ବର ୨୦୨୩ରେ ନାବାଳିକା ଜଣକ ମୁକୁଲ ସହ ପ୍ରେମରେ ପଡ଼ି ଘର ଛାଡ଼ି ଫେରାର ହୋଇଯାଇଥିଲା । ଯାହାଫଳରେ ମୁକୁଲକୁ ପୋକ୍ସୋ ଆକ୍ଟ ଅଧିନରେ ଗିରଫ କରାଯାଇଥିଲା । ତାପରେ କିଛି ଦିନ ଜେଲ୍‌ରେ ରହିବା ପରେ ମୁକୁଲ ବେଲ୍‌ରେ ବାହାରକୁ ଆସିଥିଲା । ଆଉ ନାବାଳିକାର ବାପାଙ୍କୁ ହତ୍ୟା କରିବାର ପ୍ଲାନ୍‌ କରିଥିଲା । ଏଥିରେ ନାବାଳିକା ଜଣକ ମଧ୍ୟ ସାଥ୍‌ ଦେଇଥିଲା ।

ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।

ଅଧିକ ପଢ଼ନ୍ତୁ: ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ହରିଦ୍ୱାର SSPଙ୍କ କହିବାନୁଯାୟୀ, ନାବାଳିକା ଜଣକ ସନ୍ଦିଗ୍ଧ ଭାବେ ସହରରେ ବୁଲୁଥିବା ନେଇ ଲୋକେ ଦେଖିଥିଲେ । ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା । ତାପରେ ପୋଲିସ ପହଞ୍ଚି ପଚରାଉଚରା କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ସେ ହତ୍ୟାକାରୀ । ନାବାଳିକା ଜଣକ ନିଜେ ନିଜର ସବୁ ଅପରାଧକୁ ସ୍ୱୀକାର କରିବା ସହ ପରିଚୟ ଦେଇଛି ।

ଏହାପରେ ଜବଲପୁର ପୋଲିସକୁ ନାବାଳିକାଙ୍କୁ ହସ୍ତାନ୍ତର କରିଥିଲା ହରିଦ୍ୱାର ପୋଲିସ। ଅନ୍ୟପଟେ ଏବେ ବି ମୁକୁଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ କରୁଛି । ନାବାଳିକା ଜଣକ ପୋଲିସ ଆଗରେ ସ୍ୱୀକାର କରିଛି ଯେ, ମୁକୁଲ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ସେ ହିଁ ତାଙ୍କ ବାପା ରାଜକୁମାର ବିଶ୍ୱକର୍ମାଙ୍କୁ ହତ୍ୟା କରିଛି ।

ବାପାଙ୍କୁ ହତ୍ୟା କରିବା ବେଳେ କୁନି ପୁଅ ତନିସ୍କର ନିଦ ଭାଙ୍ଗିଯାଇଥିଲା । ଆଉ ସେ ସବୁ ଦେଖିଦେଇଥିଲା । ତେଣୁ ତାକୁ ବି ହତ୍ୟା କରିବାକୁ ପଡ଼ିଲା । ହତ୍ୟା କରିବା ପରେ ଉଭୟ ଗୋଆ, ବାଙ୍ଗଲୋର, ମୁମ୍ବାଇ, ଉତ୍ତର ପ୍ରଦେଶ, ପଞ୍ଜାବରେ ଲୁଚିଥିଲେ । ଆଉ ଶେଷରେ ହରିଦ୍ୱାର ଆସିଥିଲେ । ସେହିଠାରେ ହିଁ ମୁକୁଲ ନାବାଳିକାଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଥିଲା । ତେବେ ପୋଲିସର ସୂଚନା ଅନୁଯାୟୀ ମୁକୁଲର ବାପା ମଧ୍ୟ ରେଲ୍‌ୱେ ବିଭାଗର ଜଣେ କର୍ମଚାରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now