Advertisment

ଶିକ୍ଷା ବିଭାଗର ବଡ଼ ଭୁଲ ! BAD ନୁହେଁ BED Performance ପାଇଁ କଟିଲା ଶିକ୍ଷକଙ୍କ ଦରମା...

ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ (DEO) ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bihar Teacher salary cut for ‘bed performance’

salary cut for ‘bed performance’

ବିହାରର ଶିକ୍ଷା ବିଭାଗ, ଯାହାକି ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଥରେ ଅନ୍ୟ ଏକ କାରଣ ପାଇଁ ଖବରର ଶିରୋନାମା ପାଲଟିଛି । କିନ୍ତୁ ଏଥରର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜାମୁଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଚିଠିରେ ଏମିତ ଏକ ଇଂରାଜୀ ଶବ୍ଦର ଭୁଲ ବନାନ ହୋଇଛି, ଯେଉଁଥିପାଇଁ ପୁରା ଶିକ୍ଷା ବିଭାଗକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

Advertisment

ଏବେ ପୂରା ଡିପାର୍ଟମେଣ୍ଟ ଅନଲାଇନ୍ ଟ୍ରୋଲରଙ୍କ ଟାର୍ଗେଟରେ ରହିଛି । ଯେଉଁ ଶବ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି ତାହା ହେଉଛି ଇଂରାଜୀ ଶବ୍ଦ BED । ଯାହାର ଅର୍ଥ ସେଜ । କିନ୍ତୁ ତାଙ୍କୁ ଲେଖିବାର ଥିଲା BAD । ଅର୍ଥାତ ଖରାପ ।

ଅଧିକ ପଢ଼ନ୍ତୁ: ଦିଦିଙ୍କ ରିଲ୍ସ ନିଶା; ବିନା ଖାତା ଦେଖାରେ ଦେଉଛନ୍ତି ଫୁଲ୍‌ ମାର୍କ..ଦେଖନ୍ତୁ ଭିଡିଓ..

Advertisment

ଚିଠିରେ BAD Performance ବଦଳରେ ଲେଖାଯାଇଛି BED Performance । ଯାହାର ଅର୍ଥ ସମ୍ପର୍ଣ୍ଣ ଅଶ୍ଲୀଳ ଭଳି ଲାଗୁଛି । ଏହି କାରଣରୁ ଶିକ୍ଷା ବିଭାଗକୁ ଟାର୍ଗେଟ୍ କରାଯାଇଛି । ବିଭିନ୍ନ ମହଲରେ ଏଭଳି ବନାନ ତ୍ରୁଟିକୁ ସମାଲୋଚନା କରାଯାଇଛି ।

ଶିକ୍ଷା ବିଭାଗର ଅଧିକାରୀମାନେ ଗତ ସପ୍ତାହରେ ଅନେକ ବିଦ୍ୟାଳୟକୁ ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ। ଏହି ସମୟରେ ଅନେକ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହା ସହ କିଛି ଶିକ୍ଷକଙ୍କ ସନ୍ତୋଷଜନକ ପ୍ରଦର୍ଶନ ନଥିବା ମଧ୍ୟ ଅଧିକାରୀମାନେ ଚିହ୍ନଟ କରିଥିଲେ। ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ (DEO) ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ ।

ଏଇଠୁ ହିଁ ଆରମ୍ଭ ହୋଇଥିଲା ପୁରା ଘଟଣା । ଏହି ଚିଠି ହିଁ ଥିଲା ପୂରା ଘଟଣାର କେନ୍ଦ୍ର ବିନ୍ଦୁ । ଚିଠିରେ BAD Performance ବଦଳରେ ଲେଖାଯାଇଛି BED Performance । ଆଉ BED Performance ପାଇଁ ଶିକ୍ଷକଙ୍କ ଦରମା କଟାଯାଉଛି ବୋଲି ଲେଖାଥିଲା । ସୁବଠାରୁ ବଡ଼ କଥା ହେଲା, ଏଭଳି ଭୁଲ ଥରେ ନୁହେଁ ସେହି ଗୋଟିଏ ଚିଠିରେ ୧୪ ଥର ରିପିଟ୍ ହୋଇଛି ।

salary cut for ‘bed performance’salary cut for ‘bed performance’
Rephrase with Ginger (Ctrl+Alt+E)
Viral
Advertisment
Advertisment