• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସମ୍ଭାଳ ତାତି । ଘରୁ ବାହାରିଲେ ଦେହ ପୋଡ଼ିଯାଉଛି । ୫୦ ଡିଗ୍ରୀ ଉପରେ ପହଞ୍ଚିଲା ପାରଦ । ଆଜ୍ଞା ହଁ, ରାଜଧାନୀ ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି । ଯାହାକି ସାରା ଦେଶରେ ସର୍ବାଧିକ ତାପମାତ୍ର ଭାବେ ରେକର୍ଡ ସୃଷ୍ଟି କରିଛି । ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରେର୍ଡ ଆଲର୍ଟ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଉଛି । ଯାହାଫଳରେ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ତାତିରୁ ନାହିଁ ତ୍ରାହି; ପଶ୍ଚିମରେ ଅଗ୍ନି, ଉପକୂଳରେ ଗୁଳୁଗୁଳି କରୁଛି ନୟାନ୍ତ

ତେବେ ଅସହ୍ୟ ଗରମରେ ଦିଲ୍ଲୀବାସୀ ଆଉଟୁପାଉଟୁ ହେଉଛନ୍ତି । ଏଭଳି ଅସହ୍ୟ ଗୁଳଗୁଳି ଏବଂ ତାତି ବଳବତ୍ତର ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତାତିକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଏଭଳି ତାତି ଯୋଗୁଁ ଲୋକଙ୍କ ଏସି ବ୍ୟବହାର ବଢ଼ିଯାଇଛି । ଏଥର ରେକର୍ଡ ପରିମାଣର ବିଦ୍ୟୁତ ମଧ୍ୟ ଲୋକେ ଖର୍ଚ୍ଚ କରିଛନ୍ତି । ପ୍ରାୟ ୮,୩୦୨ ମେଗାୱାଟ୍ ବିଦ୍ୟୁତ ଖର୍ଚ୍ଚ ହୋଇଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଜାରି କରାଯାଇଛି।

ଅନ୍ୟପଟେ ଆଜି ଓଡ଼ିଶାରେ ମଧ୍ୟ ଅସମ୍ଭାଳ ତାତି । ସାଢ଼େ ୨ରେ ୪୫ ଟପିଲା ପାରଦ । ଦିନ ୨.୩୦ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ, ହୀରାକୁଦ ୪୪.୮, ରାଉରକେଲା ୪୩.୬, କେନ୍ଦୁଝର ୪୧.୨ । ଆଭ୍ୟନ୍ତରୀଣରେ ବି ଅସମ୍ଭାଳ ତାତି । ଉପକୂଳରେ ପ୍ରବଳ ଗୁଳୁଗୁଳି । ଭୁବନେଶ୍ୱର ତାପମତ୍ରା ୩୯.୮, ଆର୍ଦ୍ରତା ୬୦ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ: କଲବଲ କରିବ ତାତି, ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା

ସେହିଭଳି ପଶ୍ଚିମ ଆକାଶରୁ ଆଜି ଅଗ୍ନିବର୍ଷା ହୋଇଛି । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ସକାଳ ୧୧ଟାରୁ ରାଜ୍ୟରେ ପାରଦ ଡେଇଁଛି ୪୨ ଡିଗ୍ରୀ ସେଲସିୟସ୍ । ତେବେ ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୋସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । କାଲି କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now