• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୁମ୍ବାଇରେ ଠକେଇ, ଭୁବନେଶ୍ୱରରୁ ଗିରଫ। ସହିଦନଗର ଥାନା ଅଞ୍ଚଳରୁ ୨ ଠକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫ ଦୁଇ ଠକ ହେଲେ ଯାଜପୁରର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ୍ ଦିଗଲ । ଉଭୟ ଏକ ଫେକ୍ ୱେବସାଇଟ୍ ଖୋଲି ଚାକିରି ଦେବା ନାଁରେ ଠକେଇ କରୁଥିଲେ। ଦୁଇ ଅଭିଯୁକ୍ତଙ୍କ ନାଁରେ ମୁମ୍ବାଇ ଥାନେ ପୋଲିସ ଷ୍ଟେସନରେ ଏତଲା ରହିଛି ।

ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ ।