Advertisment

‘ରାହୁଲ ଦ୍ରାବିଡ଼ଙ୍କ ପାଇଁ ବିଶ୍ୱକପ୍‌ ଜିତିବାକୁ ଚାହୁଁଛୁ’: ରୋହିତ ଶର୍ମା

ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍‌ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

author-image
Santosh Kumar Sahoo
Rohit Sharma on Dravid

Rohit Sharma on Dravid

ଆସନ୍ତାକାଲି ଅହମ୍ମଦାବାଦରେ ବିଶ୍ୱକପର ଗ୍ରାଣ୍ଡ ଫିନାଲେ । ଦୁଇ ପାୱାର ହାଉସ୍ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ଦିନିକିଆ କ୍ରିକେଟର ନୂଆ ସମ୍ରାଟ ହେବା ଲାଗି ଲଢେଇ କରିବେ ଦୁଇ ଦଳ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା। ଚଳିତ ବିଶ୍ୱକପ୍‌ରେ ଅପରାଜେୟ ରହିଛି ଭାରତ। ତେବେ ଏହି ଧାରା ଫାଇନାଲ ମ୍ୟାଚ୍‌ରେ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ।

Advertisment

ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍‌ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ରୋହିତ କହିଛନ୍ତି ‘ଖେଳ ବିଷୟରେ ସ୍ପଷ୍ଟତା ଆଣିବାରେ ଦ୍ରାବିଡଙ୍କ ବଡ଼ ଭୂମିକା ରହିଛି। ସେ ଆମକୁ ସ୍ୱାଧିନତାର ସହ ଖେଳିବାକୁ ସୁଯୋଗ ଦେଇଛନ୍ତି। କୌଣସି ଖେଳାଳିଙ୍କ ଖେଳ ଶୌଳୀରେ ସେ କେବେ କଟକଣା ଲଗାଇ ନାହାନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ନିଜର ଖେଳ ଦେଖାଇବାର ସ୍ୱାଧିନତା ଦିଆଯାଇଛି। ଦ୍ରାବିଡ୍ ଖରାପ ପରିସ୍ଥିତିରେ ବିଶେଷ କରି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ପରେ ଯେଉଁ ଭଳି ଭାବେ ଖେଳାଳିଙ୍କ ସହ ଛିଡ଼ା ହୋଇଛନ୍ତି ତାହା ନିହାତି ପ୍ରଶଂସନୀୟ’ ବୋଲି କହିଛନ୍ତି ରୋହିତ ଶର୍ମା।

ସେହିପରି ରାହୁଲ ଦ୍ରାବିଡ୍‌ ଚଳିତ ବିଶ୍ୱକପ୍‌ ବିଜୟୀ ମୁହୂର୍ତ୍ତର ଭାଗିଦାର ହେବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ପାଇଁ ଆମେ ଚଳିତ ବିଶ୍ୱକପ୍‌ ଜିତିବୁ। ରାହୁଲ ଦ୍ରାବିଡ ୨୦୦୩ ବିଶ୍ୱକପ୍‌ ଦଳର ସଦସ୍ୟ ମଧ୍ୟ ଥିଲେ। କିନ୍ତୁ ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ହରାଇ ଟ୍ରଫି ହାତେଇଥିଲା ଅଷ୍ଟ୍ରେଲିଆ। ତେବେ ସେ ମଧ୍ୟ ୨୦୨୩ ବିଶ୍ୱକପ୍‌ର ଅଂଶିଦାର ରହିଛନ୍ତି’ ବୋଲି କହିଛନ୍ତି ରୋହିତ।

Advertisment
India Australia 2023 Men's World Cup
Advertisment
Advertisment