Advertisment

ପୁନର୍ବିଚାର ହେବ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବ, ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ କରାଗଲା ସୁପାରିଶ

ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tribal Land issue

Tribal Land issue

୧୯୫୬ ମସିହା ଆଦିବାସୀଙ୍କ ଜମି ହସ୍ତାନ୍ତର ଆଇନର ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟ୍ ଆଣିଥିବା ପ୍ରସ୍ତାବର ହେବ ପୁନର୍ବିଚାର । ଏ ବିଷୟରେ ଅଧିକ ତର୍ଜମା ଲାଗି ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରାଯାଇଥିବା ଆଜିର କ୍ୟାବିନେଟ୍ ବୈଠକ ପରେ ବିଧାନସଭା ବାଚସ୍ପତିଙ୍କୁ ସୂଚନା ଦେଇଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିବା ପରେ ଆଜି କ୍ୟାବିନେଟରେ ତା’ର ପୁନର୍ବିଚାର ପାଇଁ ନିଷ୍ପତ୍ତି ହୋଇଛି।

Advertisment

ଏଥିସହ ଆଜିର କ୍ୟାବିନେଟ୍ ବୈଠକରେ ୩ଟି ବିଭାଗ ଯଥା- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ପ୍ରଥମତଃ ଓଡ଼ିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ଉନ୍ନତିକରଣ ପଦକ୍ଷେପ 5T ଢାଞ୍ଚାରେ ଶାସନର ଦକ୍ଷତାସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ସେହିପରି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୪୯୧.୪୧ କୋଟି ଟଙ୍କାର ଖର୍ଚ୍ଚକୁ ବି ମିଳିଛି ମଞ୍ଜୁରୀ।

Odisha Cabinet Meeting
Advertisment
Advertisment