• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁରତ ମେହସାନା ଅଞ୍ଚଳରେ ବଡ଼ ଅଘଟଣ । ଗ୍ୟାସ୍ ବେଲୁନ୍ ଫାଟି ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ । ମେହସାନା ବ୍ରାହ୍ମଣବାଡା ଅଞ୍ଚଳରେ ଗଣପତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିଥିଲା । ଏହି ସମୟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଉତ୍ସବରେ ଉପରକୁ ଛଡ଼ାଯିବା ପାଇଁ ଅନେକ ଗ୍ୟାସ୍ ବେଲୁନ୍ ମଧ୍ୟ ରଖାଯାଇଥିଲା

ମାତ୍ର ଗ୍ୟାସ୍ ବେଲୁନ ପାଖରେ ବାଣ ଫୁଟାଯିବା ବେଳେ ଏହି ବେଲୁନ୍ ମଧ୍ୟ ଏକକାଳୀନ ଭାବେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆହତଙ୍କୁ ମେହସାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।