• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ ସୟିଦକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନକୁ କହିଲା ଭାରତ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ଆତଙ୍କବାଦୀ ମାମଲାରେ ପାକିସ୍ତାନ କୋର୍ଟ ହାଫିଜ ସୟିଦଙ୍କୁ ୩୩ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ତେବେ ଏତେ ସବୁ ପରେ ବି ପାକିସ୍ତାନରେ ଖୋଲା ବୁଲୁଛି ଆତଙ୍କବାଦୀଙ୍କ ମାଷ୍ଟର ମାଇଣ୍ଡ୍ ହାଫିଜ୍ । ଏପରିକି ଆସନ୍ତା ପାକିସ୍ତାନ ନିର୍ବାଚନରେ ହାଫିଜ ଭାଗ ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ତାକୁ ଆତଙ୍କୀକୁ ଯଥାଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ହାଫିଜ ବିରୋଧରେ ଭାରତରେ ଅନେକ ମାମଲା ଥିବା ବେଳେ, ପାକିସ୍ତାନ ହାଫିଜକୁ ଭାରତକୁ ହସ୍ତାନ୍ତର କଲେ ଏଠାରେ ତା’ର ବିଚାର ହେବ । ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ହାଫିଜ ସୟିଦ୍। ତାକୁ ଭାରତରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ତାଲିକାରେ ରଖାଯାଇଥିବାବେଳେ, ତା ମୁଣ୍ଡ ଉପରେ ୧ କୋଟି ଡଲାରର ପୁରସ୍କାର ଘୋଷଣା କରିଛି ଆମେରିକା । ତାକୁ ଜାତିସଂଘ ପକ୍ଷରୁ ମଧ୍ୟ ଆତଙ୍କୀ ଘୋଷଣା କରାଯାଇଛି।