ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।
ଆଜି ଖେଳାଯିବ ଏକ ଦମ୍ଦାର୍ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ କର ବା ମର ଭଳି। ଏହି ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍ର ସେମିଫାଇନାଲ ପ୍ରବେଶ ଆଶା ରହିବ।
G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ବଡ଼ ଝଟ୍କା। ବିଏସ୍ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ...
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି।
୨୮ ଦିନ ପରେ ଆଜି ଜେଲ୍ରୁ ବାହାରିଛନ୍ତି କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ଆର୍ଥର ରୋଡ୍ ଜେଲ୍ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ।ଆର୍ୟନ ଜେଲ୍ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।
ଆଫଗାନିସ୍ତାନରେ ତାଲିବାନ ଶାସନକୁ ସାରା ବିଶ୍ୱରେ ସମସ୍ତେ ଏହାକୁ ବିରୋଧ କରୁଥିବା ବେଳେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ହେଲେ ଏବେ କ୍ରିକେଟ ପଡ଼ିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଜଣେ ପାକ୍ ସାମ୍ବାଦିକ ପ୍ରେସ୍ କନ୍ଫରେନ୍ସ ଆଫଗାନିସ୍ତାନ ଅଧିନାୟକଙ୍କୁ...
ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ...
ସାଉଥ୍ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍ ରାଜକୁମାରଙ୍କ ଅଚାନକ୍ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍ବିଦା କରିଛନ୍ତି। ହୃଦ୍ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି।
୨୮ ଦିନ ପରେ ଜେଲ୍ରୁ ବାହାରିଲେ କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ସେ ଜେଲ୍ରେ ଥିଲେ। ବମ୍ବେ ହାଇକୋର୍ଟରୁ ଆର୍ୟନଙ୍କୁ ଜାମିନ ମିଳିଛି।
ବଲିଉଡ୍ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ।
‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି।
‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍ ସମ୍ପର୍କରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା।...
ବହିଷ୍କୃତ କନେଷ୍ଟବଲ୍ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା।
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍। ମହିଳାମାନେ ଡିଭାଇଡର୍ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।
ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।
ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।