ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ। ସାରା ଦେଶରେ ଆଜି ପାଳନ ହେଉଛି ଦୀପାବଳି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି।
ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି।
ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ...
ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି।
ଧନତେରାସ ଓ ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।
କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍ ୨ ଲକ୍ଷ ଓ ସାର୍ଟର ଦାମ୍ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍ ୭୦ ହଜାରରୁ ଅଧିକ ଟଙ୍କା
ମହାକାଶରେ ଲଙ୍କା ଚାଷ। ଫଳିଲା ସବୁଜ ଓ ନାଲି ଲଙ୍କା ଓ ଲଙ୍କା ତୋଳି ଚାଖିଲେ ମହାକାଶଚାରୀ। ଆଉ ପ୍ରସ୍ତୁତ କଲେ ସ୍ପେଶ୍ ଟାକୋ। ପୃଥିବୀ ପୃଷ୍ଠରୁ ୪ ଶହ କିଲୋମିଟର ଉପରେ ଫଳିଲା ଲଙ୍କା। ଆମେ ଆପଣଙ୍କୁ କହୁଛୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କଥା।
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି...
ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ...
ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡ୍ଲାଇନ୍ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ।
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ରାଙ୍କ୍ରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ପରୀକ୍ଷାର୍ଥୀ। ତେଲେଙ୍ଗାନାର ମୃଣାଳ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା, ମହାରାଷ୍ଟ୍ରର କାର୍ତ୍ତିକ ନାୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଆର୍ଥିକ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା...
ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍ କରିଛନ୍ତି ରାଜ୍ୟ ସରକାର। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।
ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ ପ୍ରତାପ ଜେନା କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି। ଫୁଲବାଣୀ ସର୍କିଟ ହାଉସ୍ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି।
ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।