ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ। ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ୍ ଗାଡ଼ି ଉପରକୁ ନିଶା ବେପାରୀ ଓ ସେମାନଙ୍କର ସହଯୋଗୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ମହାଲିଙ୍ଗ ଷ୍ଟାଡିୟମ୍ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଷ୍ଟାଡିୟମ୍ରେ ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୋବିନ୍ଦ ଡେମୋ ଦେଖାଇଥିଲା।
ମମିତା ହତ୍ୟା ଘଟଣାକୁ ୧୩ ଦିନ ବିତି ଯାଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ହେଲେ ପୋଲିସ୍ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟା ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
କୁଆଡ଼େ ଗଲା କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୋବାଇଲ୍ ? ମୃତ୍ୟୁ ପରେ ମମିତାଙ୍କ ମୋବାଇଲ୍ ମିଳିପାରି ନାହିଁ। ପୋଲିସ୍ ଓ ଘର ଲୋକେ ମୋବାଇଲ୍କୁ ଖୋଜିଛନ୍ତି। ହେଲେ ଏବେ ସୁଦ୍ଧା ମମିତାଙ୍କ ମୋବାଇଲ ମିଳିପାରି ନାହିଁ।
ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।
ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା।
କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।
ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖ ଖାନ୍ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲ୍କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
୨୦୨୧ ମସିହା, ଅକ୍ଟୋବର ମାସ ୨୧ତାରିଖ, ଗୁରୁବାର, ତୁଳା ୫ ଦିନ, ଆଶ୍ୱିନ ମାସର ୨୯ ଦିନ, କୃଷ୍ଣପକ୍ଷ, ପ୍ରତିପଦାତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ...
ଚୀନ୍ର ଦାଦାଗିରିକୁ ମିଳିବ କଡ଼ା ଜବାବ। ଏଲ୍ଏସିରେ ମୁତୟନ ହେଲା ବୋଫୋର୍ସ ତୋପ। ଚୀନ୍ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍ଏସିରେ ବୋଫୋର୍ସ ଗନ୍ ମୁତୟନ କରିଛି। ଏହି ତୋପ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି।
ଗୋବିନ୍ଦ ମମିତାଙ୍କୁ ନେଇ କେଉଁଠି ଯାଇଥିଲେ ? କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରିଥିଲେ ? ହତ୍ୟାରେ ତାଙ୍କ ସହ ଆଉ କିଏ କିଏ ସାମିଲ ? ହତ୍ୟା ପରେ ମୃତଦେହକୁ ଗୋବିନ୍ଦ ଏକୁଟିଆ ନେଇଥିଲେ ନା ଆଉ କିଏ ତାଙ୍କୁ ସହାୟତା କରିଥିଲେ ? ଏସବୁକୁ...
ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।
ସପ୍ତାହ ଆରମ୍ଭରୁ ସର୍ରାଫା ବଜାରରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ୨୪ କ୍ୟାରେଟ୍ ସୁନା ଦର ୭୪୬ ଟଙ୍କା ହ୍ରାସ ପାଇଛି। ସୁନା ଦରରେ ଏହି ହ୍ରାସ ଯୋଗୁ ୧୦ ଗ୍ରାମ ସୁନା ୪୭,୩୭୯ ଟଙ୍କା ହୋଇଛି। ସେହିପରି ପ୍ରତି କିଲୋକୁ ରୂପା ଦର...
କ୍ୟାପିଟାଲ ହସ୍ପିଟାଲ୍ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍ରେ ଅଛନ୍ତି।
ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।