ମୁମ୍ବାଇ ଡ୍ରଗସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏନ୍ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର...
ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟଙ୍କୁ ଜଣାଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସଂରକ୍ଷଣ ବୈଧତା ନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।
ରିକ୍ସା ଚାଳକଙ୍କୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ନୋଟିସ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସତ। ଉତ୍ତର ପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କ ପାଖକୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ପୈଠ କରିବା ଲାଗି ନୋଟିସ୍ ଆସିଛି।
ପ୍ରକାଶ ଝାଙ୍କ ଶୁଟିଂ ସେଟ୍ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍ ସିରିଜ୍ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍ ଭିତରେ ପଶି ହଙ୍ଗାମା କରିଥିଲେ।
ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍ ଲୁଚାଣିଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା।
ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍ ଆସିଛି। ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା । ଏଥିପାଇଁ ଶାହାରୁଖଙ୍କୁ ଏନ୍ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ...
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ଗୋବିନ୍ଦ ପୋଲିସ୍ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା।
ରାଜ୍ୟ ସରକାର ଅସ୍ଥାବର ସଂପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ, ବିଏମ୍ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ଆଇଜିଆର୍ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି ଲେଖିଛନ୍ତି।
ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।
ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ। ପ୍ରଥମେ ଫେସ୍ବୁକରେ ପ୍ରେମ ଆଉ ତା’ ପରେ ବାହାଘର। ବାହାଘରର ୩ ମାସ ପରେ ପତ୍ନୀଙ୍କୁ ବାହାର ରାଜ୍ୟରେ ବିକି ଦେଲା ସ୍ୱାମୀ।
ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।
୨୦୨୧ ମସିହା, ଅକ୍ଟୋବର ମାସ ୨୪ ତାରିଖ, ରବିବାର, ତୁଳା ୮ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ରୋହିଣୀ ନକ୍ଷତ୍ର। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..