Advertisment

କହୁ କହୁ କହିଦେଲେ-‘ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ମନା କରିବାରୁ ଫିଲ୍ମରୁ ବାହାର କରିଦେଲେ’

‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍‌ ସମ୍ପର୍କରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actress Esha Gupta

Actress Esha Gupta

ମୁମ୍ବାଇ: ‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା। ଇମ୍‌ରାନ୍‌ ହାଶ୍‌ମିଙ୍କ ଅଭିନୀତ ଫିଲ୍ମ ‘Jannat 2’ରୁ ଇଶା ତାଙ୍କର ଆକ୍ଟିଂ ଡେବ୍ୟୁ ଆରମ୍ଭ କରିଥିଲେ। ଏହାପରେ ସେ ଫିଲ୍ମ ‘Raaz 3’, ‘Humshakal’, ‘Rustom’ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ। 

Advertisment

ଦୀର୍ଘ ଦିନ ଧରି ଫିଲ୍ମରେ ସକ୍ରିୟ ଥିବା ଇଶା ବଲିଉଡ୍‌ ବବଲ୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍‌ ସମ୍ପର୍କରେ ଖୁଲାସା କରିଛନ୍ତି। କିଭଳି ଭାବରେ ଜଣେ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ସେ ସମ୍ପର୍କରେ ଇଶା ସାକ୍ଷାତକାର କହିଛନ୍ତି। ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ସଫା ସଫା ମନା କରି ଦେବାରୁ ସେ ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ବୋଲି ଇଶା କହିଛନ୍ତି। 

ଇଶା କହିଛନ୍ତି, ‘ସେହି ଦିନ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍‌ ଶେଆର କରିଥିଲି। ମୋତେ ଡର ଲାଗୁଛି ଓ ଏଠାରେ ଏକାକୀ ଶୋଇପରିବି ନାହିଁ ଏହି ବାହାନା କରି ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍‌ ଶେଆର କରିଥିଲି। ହେଲେ ପ୍ରକୃତ କଥା ଭୂତ ନଥିଲା। ବରଂ ଜଣେ ଲୋକଙ୍କୁ ମୁଁ ଡରି ଯାଇଥିଲି। କାରଣ ଆପଣ ଜାଣି ନଥିବେ, କେତେବେଳେ ଆପଣଙ୍କୁ ବାହାର କରି ଦିଆଯିବ। ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ଖରାପ ନଜରରେ ଦେଖୁଥିଲି।’

Advertisment

ଇଶା ଆହୁରି କହିଛନ୍ତି, ‘ଫିଲ୍ମର ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ, ମୋ ସହ ସେ କାମ କରିବାକୁ ହୁଁ ନାହାନ୍ତି। ମୁଁ ୪-୫ ଦିନ ଶୁଟିଂ ମଧ୍ୟ କରି ସାରିଥିଲି। ଏସବୁ ଏଥିପାଇଁ ହେଲା, କାରଣ ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ତେବେ ଏହି ସମୟରେ ଡାଇରେକ୍ଟର ଇଶାଙ୍କୁ ସପୋର୍ଟ କରିଥିଲେ ଓ ପ୍ରଡ୍ୟୁସରଙ୍କୁ ମନା କରି ଦେଇଥିଲେ। 


 
 
 
 
 
 
 
 
 
 
 
 
 
 

A post shared by Esha Gupta (@egupta)

କିଛି ମାସ ପୂର୍ବେ ଇଶା ସୋସିଆଲ ମିଡିଆରେ ତାଙ୍କର ଫଟୋ ପୋଷ୍ଟ କରିଥିଲେ। ଇଶାଙ୍କ ଏହି ବୋଲ୍ଡ ଅବତାରକୁ କିଛି ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ କେତେକ ଲୋକ ନାପସନ୍ଦ ମଧ୍ୟକ କରିଥିଲେ। ଫଟୋ ଗୁଡ଼ିକ ଏତେ ବୋଲ୍ଡ ଥିଲା ଯେ ତାଙ୍କ କମେଣ୍ଟ ବକ୍ସକୁ ଅଶ୍ଳୀଳ ମତ ମଧ୍ୟ ଆସିଥିଲା। ଏହି କାରଣରୁ ଇଶା ବାଧ୍ୟ ହୋଇ ତାଙ୍କ କମେଣ୍ଟ ବକ୍ସକୁ ଅଫ୍ କରି ଦେଇଥିଲେ।

Bollywood Esha Gupta
Advertisment
Advertisment