ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍ ତାକୁ ଗିରଫ କରୁଛି ବୋଲି ଛାତ୍ର କଂଗ୍ରେସ କହିଛି।
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।
ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍ କେହି କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ।
ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୪/୫ ଦିନ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।
ଲକ୍ଷୁଚାପ କ୍ଷେତ୍ର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି।
ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍ସେଟ୍ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ।
ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।
ଆସନ୍ତା ୧୬ ଓ ୧୭ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍ ୨ ଦିନ ଆଇସିୟୁରେ ଭର୍ତ୍ତି ହୋଇଥିଲେ।
ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।
କୋଟିଆକୁ ନେଇ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ନୂଆ ଚାଲ୍ ଚଳାଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏକ ନୂଆ ଦାବି କରିଛନ୍ତି। କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଛନ୍ତି।
ଭୁଲ୍ ରକ୍ତ ଯୋଗୁ ଚାଲିଗଲା ଜୀବନ। O+ ଜାଗାରେ B+ ରକ୍ତ ଦିଆଗଲା। ଫଳରେ ମୃତ୍ୟୁ ଘଟିଲା। ଏଭଳି କିଛି ଅଭିଯୋଗ ଆସିଛି ରାଉରକେଲାରୁ।
କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍ ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ।
ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।