୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ।
ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମମିତା ମେହେର ହତ୍ୟା ମାମଲା ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।
ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ଘରେ ଘରେ ପରିଚିତ ଥିବା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ଦୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା।
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍ସ୍ ଦିଆଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ନ୍ୟୁଜିଲ୍ୟାଣ୍ଡ୍-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍କୁ ଯିବାର ରାସ୍ତା ସଫା ହୋଇ ଯିବ।
ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।
ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମାମଲା ହେଉଛି ଅପହରଣ ଓ ବଟି ଆଦାୟ। ଆର୍ୟନଙ୍କୁ ଅପହରଣ ଷଡଯନ୍ତ୍ରରେ ସମୀର ୱାଙ୍ଖଡେ ସାମିଲ ଥିଲେ ଓ ବିଜେପି ନେତା ମୋହିତ ଭରତିଆ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍ ଥିଲେ ବୋଲି ଏନ୍ସିପି ନେତା ନଓ୍ୱାବ ମଲ୍ଲିକ ଅଭିଯୋଗ...
ଚିକିତ୍ସା ନପାଇ ଶେଷରେ ଛଟପଟ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ଆଖି ବୁଜିଥିବା ଘଟଣା ଏବେ ସାମ୍ନକା ଆସିଛି। ଏକ ସରକାରୀ ହସ୍ପିଟାଲ୍ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସରକାରୀ ହସ୍ପିଟାଲ୍ରେ ରୋଗୀଙ୍କ ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ଉଠିଛି।...
ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍ କରି ସେ ଲେଖିଥିଲେ, ‘ସେଣ୍ଟ୍ ଯୋସେଫ୍ ସ୍କୁଲ୍ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’
ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।
ସେମିଫାଇନାଲ୍ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି।
ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ।
ଡମ୍ପିଂୟାର୍ଡ ଅଛି। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ଫଳରେ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି।
କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।