ଆଜି ୨୦୨୨ ମସିହା ଜାନୁଆରୀ ୨ ତାରିଖ, ରବିବାର, ଧନୁ ୧୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଅପାଣଙ୍କ ରାଶିରେ...
ଯଦି ଅନ୍ଲାଇନ୍ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍ଲାଇନ୍ ପେମେଣ୍ଟ୍ ବେଳେ ସାବଧାନ ରୁହନ୍ତୁ। ନଚେତ୍ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍ଥ୍ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ।
ପରିବହନ ବିଭାଗର ଏଣିକି ‘No’ ଅଫ୍ଲାଇନ୍, ‘Only’ ଅନ୍ଲାଇନ୍। ପରିବହନ ବିଭାଗର ସବୁ କାମ ଏଣିକି ଅନ୍ଲାଇନ୍ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।
ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍ ଦେଇଛନ୍ତି।
ରିଷ୍ଟ୍ରେନିଂ ଟ୍ୟୁବ୍ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।
ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
କରୋନା ଭାଇରସ୍ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍ ଓମିକ୍ରନ୍ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।
ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତକାଲି ଦିଲ୍ଲୀରେ ୧,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୭ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ।
ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍ରେ ପୀଡ଼ିତ ଥିଲେ।
ଦେଶରେ ୧୪ ସହରରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି। ସଂକ୍ରମଣ ରୋକିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।
ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷେ, ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଅଦିିନିଆ ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବାର ଆଶଙ୍କା ଅଛି।
ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ଫେସ୍ବୁକ୍ରେ ଏକ ପୋଷ୍ଟ୍ ଶେଆର କରି ନାଇଟ୍ କର୍ଫ୍ୟୁ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି ଏହି ସରକାରୀ କର୍ମଚାରୀ।
ଖୁବ୍ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ।
କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍ ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।