Advertisment

ହଠାତ୍‌ ୭ ମାସ ପରେ ବଢ଼ିଲା କରୋନା ସଂକ୍ରମଣ; ରାଜଧାନୀରେ ଦିନକରେ ୧,୩୧୩ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତକାଲି ଦିଲ୍ଲୀରେ ୧,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗତ ୭  ମାସ ମଧ୍ୟରେ ଏହା ସବୁଠାରୁ ଅଧିକ।

author-image
Rajalaxmi Sahoo
Rising Covid-19 Cases In Delhi & Mumbai

Rising Covid-19 Cases In Delhi & Mumbai

ନୂଆଦିଲ୍ଲୀ/ମୁମ୍ବାଇ: ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଦିଲ୍ଲୀ ଓ ମୁମ୍ବାଇରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁଗ୍ରାମ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଦିଲ୍ଲୀରେ ୧,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗତ ୭  ମାସ ମଧ୍ୟରେ ଏହା ସବୁଠାରୁ ଅଧିକ। ଏହା ପୂର୍ବରୁ ମେ’ ୨୬ରେ ଦିଲ୍ଲୀରେ ୧,୪୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। 

Advertisment

କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ସେପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮ଟି ରାଜ୍ୟକୁ ଚିଠି ଲେଖି ତ୍ୱରିତ ପଦକ୍ଷେପ ନେବା ସହ ଟେଷ୍ଟିଂ, ହସ୍ପିଟାଲ କ୍ଷମତା, ପ୍ରସ୍ତୁତି ଓ ଟିକାକରଣ ବୃଦ୍ଧି ପାଇଁ କହିଛନ୍ତି।  

ଗତକାଲିର ରିପୋର୍ଟ ଅନୁସାରେ, ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩,୬୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ହଠାତ୍‌ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଛି। ଖାଲି ମୁମ୍ବାଇ ନୁହେଁ ମହାରାଷ୍ଟ୍ରରେ ମଧ୍ୟ କରୋନା ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ମହାରାଷ୍ଟ୍ରରେ ୫,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। 

Advertisment

ମହାରାଷ୍ଟ୍ରରେ ଖାଲି କରୋନା ସଂକ୍ରମଣ ବୃଦ୍ଧି ପାଇ ନାହିଁ ଓମିକ୍ରନ୍‌ ମାମଲା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲିର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୯୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ମୁମ୍ବାଇରୁ ୧୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 

ଦିଲ୍ଲୀ, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ମୁମ୍ବାଇରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୧୪୪ଧାରା ଜାରି ହୋଇଛି। ହୋଟେଲ୍, ବାର୍, ରିସର୍ଟ ଓ କ୍ଲବ ଆଦିରେ ନୂଆାବର୍ଷ ପାଳନ ମନା ହୋଇଛି। ଦ୍ରୁତ ଗତିରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି।  

COVID19 Corona Cases In India
Advertisment
Advertisment