ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଗାମୀ ୪ ଦିନ ଯାଏ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି।
ଚା' ଦିଆସିଲି ମାରିଦେଲେ । ପେଟ୍ରୋଲ ପମ୍ପ ନିକଟରେ ଥିବା ସ୍କୁଟିରେ ଲାଗିଗଲା ନିଆଁ । ଜଣେ କର୍ମଚାରୀ ଆଗକୁ ବାହାରି ଆସି ଲିଭାଇଦେଲେ ନିଆଁ । ତାଙ୍କର ଉପସ୍ଥିତ ବୁଦ୍ଧି ଏକ ବଡ ଧରଣର ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିଦେଲା । ନଚେତ୍ ଅଗ୍ନିକାଣ୍ଡ ଘଟି...
ଯୌତୁକ ଜୁଇରେ ଜଳିଗଲା ଦୁଇ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।
ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଯୁବକ।
ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ।
ଓଡ଼ିଶାରେ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ତେବେ ୧୫ରୁ ୧୮ ବର୍ଷର ପିଲା ଯେଉଁମାନେ ଟିକା ନେବେ, ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।
ଲଗାତାର ୪ ଦିନ ଧରି ରେଡ୍ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।
ବର୍ଥ ଡେ’ର ଠିକ୍ ଦିନକ ପୂର୍ବରୁ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ସାପ କାମୁଡ଼ି ଦେଇଥିବା ଖବର ସାମ୍ନାକୁ ଆସିଥିଲା। । ସଲମାନ୍ ପନ୍ଭେଲ ଫାର୍ମହାଉସ୍ରେ ଥିବାବେଳେ ଏହି ଘଟଣା ଘଟିଥିଲା।
ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍ର ରାୟ ଆଜି ଜିଲ୍ଲା ଦୌରା ଜଜ୍ରେ ପ୍ରକାଶ ପାଇବ।
ଓମିକ୍ରନ୍ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।
ମହଙ୍ଗା ପଡ଼ିଲା ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଇବା। ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି।
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଗତକାଲି ମଧ୍ୟ ରାତ୍ରରେ ଅଭିନେତା ସଲମାନ୍ଙ୍କୁ ସାପ କାମୁଡ଼ି ଦେଇଥିବା ସୂଚନା ମିଳିଛି।
ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି।
ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।
ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ...
ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ।