Advertisment

ହଠାତ୍‌ ବଢ଼ିଲା କରୋନା ସଂକ୍ରମଣ, ୮ ରାଜ୍ୟକୁ କେନ୍ଦ୍ରର ଜରୁରୀ ଚିଠି

ଦେଶରେ ୧୪ ସହରରେ ହଠାତ୍‌ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି। ସଂକ୍ରମଣ ରୋକିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sudden Surge In Covid Cases

Sudden Surge In Covid Cases

ଭାରତରେ କରୋନା ସଂକ୍ରମଣ ଓ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ କେସ୍‌ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୧୪ ସହରରେ ହଠାତ୍‌ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି। ସଂକ୍ରମଣ ରୋକିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ବଡ଼ ବଡ଼ ସହର ଓ ଏହାର ଆଖପାଖ ଅଞ୍ଚଳରେ ଓମିକ୍ରନ୍‌ କେସ୍‌ ଅଧିକ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। 

Advertisment

ମୃତ୍ୟୁ ହାର ବୃଦ୍ଧିକୁ ରୋକିବା ଲାଗି ଏବେଠୁ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ପରାମର୍ଶ ଦେଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଲାଗୁ ହୋଇଥିବା GRAP(Graded Response Action Plan) ମଡେଲ୍‌କୁ ବିଚାରକୁ ସାରା ଦେଶରେ ଲାଗୁ କରିବା ଲାଗି ଯୋଜନା କରାଯାଉଛି। ଦିଲ୍ଲୀ ଓ ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ନଜର ଆସିଛି। 

କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍‌ କହିଛନ୍ତି ଯେ,ଗତ ସପ୍ତାହରେ ଦେଶରେ ଦୈନିକ ୮ ହଜାର ପଜିଟିଭ ବାହାରୁଥିଲେ। ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ୮ଟି ଜିଲ୍ଲାରେ କେସ୍ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି।  ମିଜୋରାମର ୬, ଅରୁଣାଚଳର ୧ ଓ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲାରେ ପଜିଟିଭି ହାର ଅଧିକ ରହିଛି। ଅନ୍ୟ ୧୪ ଜିଲ୍ଲାରେ କେସ୍ ପଜିଟିଭିଟି ହାର ୫ରୁ ୧୦% ମଧ୍ୟରେ ରହିଥିବା ସେ ସୂଚନା ଦେଇଛନ୍ତି। 

Advertisment

ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁମ୍ବାଇରେ କଟକଣା ଲାଗୁ କରାଯାଇଛି। ଆଜିଠୁ ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି। ସର୍ବ ସାଧାରଣ ସ୍ଥାନ ଯେପରି, ହୋଟେଲ୍, ବାର୍, ରିସର୍ଟ ଓ କ୍ଲବ ଏହି ସବୁ ଅଞ୍ଚଳରେ ସେଲିବ୍ରେସନ୍‌କୁ କଡ଼ାକଡ଼ି ମନା କରାଯାଇଛି। ଏହି ସବୁ ଅଞ୍ଚଳରେ ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେହି ବି ଯେପରି ସେଲିବ୍ରେସନ୍ କିମ୍ବା ଅନ୍ୟ କୌଣସି ପାର୍ଟି ଏହିସବୁ ସ୍ଥାନରେ କରିପାରିବେନି ବୋଲି କଡ଼ାକଡ଼ି ନିର୍ଦ୍ଦେଶନାମାରେ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ମୁମ୍ବାଇରେ ଏହି କଡ଼ା କଟକଣା ଲାଗୁ ହୋଇଛି। 

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶର ୨୨ ରାଜ୍ୟକୁ ବ୍ୟାପି ସାରିଲାଣି ଓମିକ୍ରନ୍। ସେପଟେ ଆଜି ପୁଣି ଥରେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତକାଲି ୯,୧୫୫ ଚିହ୍ନଟ ଥିଲା। ଗତକାଲିଠୁ ଆଜି ପ୍ରାୟ ୪୪% ଅଧିକ ଆକ୍ରାନ୍ତ ବୃଦ୍ଧି ହୋଇଛି। ସେହିପରି ଆଜି ଦେଶରେ ୨୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

COVID19
Advertisment
Advertisment