ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମନି ଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଗିରଫ ପରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez)ଙ୍କ ନାଁ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଏବେ ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ ଆଉ ଏକ ନୂଆ ଫଟୋ ଭାଇରାଲ୍ ହୋଇଛି।
କରୋନାର ଦ୍ରୁତ ସଂକ୍ରମଣ ଭିତରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତା ଦେଖାଦେଇଛି। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? କ’ଣ ହେବ ଗାଇଡ୍ଲାଇନ୍ ? ସେନେଇ ଚିନ୍ତା ଦେଖାଦେଇଛି।
ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର...
କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଓଟିଭିର ୟୁଟ୍ୟୁବ୍ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି।
ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ ଏଯାବତ୍ ୩,୦୦୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି।
ବୁର୍ଲା ଭିସୁଟ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍ଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍ଲାଇନ୍ କ୍ଲାସ ବନ୍ଦ କରାଯାଇଛି।
NEET ପିଜି କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା EWS/OBC ସଂରକ୍ଷଣ ଚାଲୁ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍ଜିଟ୍। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।
ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି।
ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
ରାଜ୍ୟରେ ପ୍ରଥମ-ଓମିକ୍ରନ୍ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।
ଗତକାଲି BMCରେ ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେ ବି ସ୍ୱାମୀ ସୁମିତ୍ ସାହୁଙ୍କ ଘର ଗ୍ୟାରେଜ୍ରେ ରହୁଛନ୍ତି ତପସ୍ୱିନୀ ଦାଶ।
ସୁରତରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଟ୍ୟାଙ୍କର୍ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।