Samiti Sabhya Candidate Rescued Unconscious
ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ସମିତି ସଭ୍ୟା ପ୍ରାର୍ଥିନୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। RGHରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଆଜି ସକାଳୁ ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା।
ପୁଷ୍ପିତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ପୁଷ୍ପିତା ସିପିଏମ୍ରୁ ଛିଡ଼ା ହୋଇଥିବାରୁ ତାଙ୍କୁ ଧମକ ଚମକ ଦିଆଯାଇଥିଲା। ଏହାସହ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ଲାଗି ମଧ୍ୟ ତାଙ୍କ ଉପରେ ଚାପ ପକାଯାଉଥିଲା। ତେଣୁ ପୁଷ୍ପିତାଙ୍କୁ ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ଥିବା ପୁଷ୍ପିତାଙ୍କ ସ୍ୱାମୀ ସନ୍ଦେହ କରିଛନ୍ତି।
ଗତକାଲି ପ୍ରଚାର ସାରି ଫେରିବାବେଳେ ୩ ଜଣ ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିବା ପୁଷ୍ପିତା ଅଭିଯୋଗ କରିଛନ୍ତି। ବଣାଇ ଅଞ୍ଚଳର ଘୁସରା ପତ୍ରପାଲି ଅଞ୍ଚଳର ସମିତି ସଭ୍ୟ ଭାବେ ପୁଷ୍ପିତା ନିର୍ବାଚନ ଲଢ଼ୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)