Advertisment

ଫେକ୍ ଭୋଟରଙ୍କୁ ସତର୍କବାଣୀ- ଧରାପଡ଼ିଲେ ପୋଲିସ ଜିମା ଦିଆଯିବ

ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର କରିଛନ୍ତି।

author-image
Rajalaxmi Sahoo
Campaigning For First Phase To End Today

Campaigning For First Phase To End Today

ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର କରିଛନ୍ତି। 

Advertisment

ପ୍ରଚାର ଶେଷ ହେବାପରେ ରାଜନୈତିକ ଦଳ ଓ ଅନ୍ୟ ଅଞ୍ଚଳର ନେତାମାନେ ସ୍ଥାନୀୟ ଅଞ୍ଚଳରେ ରହିପାରିବେନି। ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ। ସେହିଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଞ୍ଚାୟତରେ ଭୋଟ୍‌ ଗ୍ରହଣ କରାଯିବ। ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିଲାଗି  ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବ।

ଅନ୍ୟପକ୍ଷେ, ଫେକ୍‌ ଭୋଟରଙ୍କୁ ନିର୍ବାଚନ କମିଶନ ସତର୍କବାଣୀ ଦେଇଛନ୍ତି। ଯେଉଁମାନେ ଫେକ୍‌ ଭୋଟର ସାଜି ମତଦାନ ଦେବାବେଳେ ଧରାପଡ଼ନ୍ତି, ସେମାନଙ୍କୁ ପୋଲିସ୍‌ ଜିମା ଦିଆଯିବ ବୋଲି ନିର୍ବାଚନ କମିଶନ ସତର୍କବାଣୀ ଦେଇଛନ୍ତି।

Advertisment

ଆଜି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି,  କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍‌କୁ ପୋଲିଂ ପାର୍ଟିଂ ଯିବେ। ପଞ୍ଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡ୍‌କ୍ୱାର୍ଟର୍ସ ଗୁଡ଼ିକରେ ଗଣତି ହେବ।

Odisha Panchayat Polls Odisha Panchayat Elections
Advertisment
Advertisment