Advertisment

ଶାଢ଼ୀରେ ପୁଅକୁ ବାନ୍ଧି ୧୦ ମହଲାରୁ ତଳକୁ ଝୁଲାଇଲା ମା’, ଭାଇରାଲ ହେଉଛି ଲୋମ ଟାଙ୍କୁରା ଭିଡିଓ

ଶାଢ଼ୀରେ ବାନ୍ଧି ପୁଅକୁ ୧୦ ମହଲାରୁ ତଳକୁ ଝୁଲାଇ ଦେଲା ମା’। ଶିଶୁଟି ଶାଢ଼ୀକୁ ଧରି ଧୀରେ ଧୀରେ ବିଲ୍ଠିଂ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

author-image
Rajalaxmi Sahoo
Mother Pulling Child With Help Of A Saree From 10th Floor

Mother Pulling Child With Help Of A Saree From 10th Floor

ଶାଢ଼ୀରେ ବାନ୍ଧି ପୁଅକୁ ୧୦ ମହଲାରୁ ତଳକୁ ଝୁଲାଇ ଦେଲା ମା’। ଶିଶୁଟି ଶାଢ଼ୀକୁ ଧରି ଧୀରେ ଧୀରେ ବିଲ୍ଠିଂ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଘଟଣାଟି ଦିଲ୍ଲୀର ଫରିଦାବାଦ ଅଞ୍ଚଳର ବୋଲି କୁହାଯାଉଛି। 

Advertisment

ସୌଭାଗ୍ୟବଶତଃ, ଶିଶୁଟି ଧୀରେ ଧୀରେ ଶାଢ଼ୀ ଧରି ବିଲ୍ଠିଂର ଉପରକୁ ଉଠିବା ସହ ବର୍ତ୍ତମାନ ସେ ସୁରକ୍ଷିତ ଅଛନ୍ତି। ଶିଶୁଟି ଶାଢ଼ୀକୁ ଧରି ଉପରକୁ ଉଠୁ ଥିବାବେଳେ ଏହି ସମୟରେ ମହିଳା ଜଣକ ଧୀରେ ଧୀରେ ତାଙ୍କୁ ଉପରକୁ ଉଠାଉଥିବା ନଜର ଆସିଛି। ହେଲେ ଏଥିରେ ଟିକିଏ ଗଡ଼ବଡ଼ ହୋଇ ଯାଇଥିଲେ ଶିଶୁଟିର ଜୀବନ ବିପଦମୁହଁକୁ ଠେଲି ହୋଇଯାଇଥାନ୍ତା। ତେବେ କାହିଁକି ଜଣେ ମା’ ନିଜ ଛୁଆ ସହ ଏପରି କଲା ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ।

IPS ଦୀପାଂଶୁ କାବରା ଟ୍ୱିଟରରେ ଏହି ଭିଡିଓ ଶେଆର କରିଛନ୍ତି। ଭିଡିଓ ଶେଆର କରି କ୍ୟାପସନ୍‌ରେ ସେ ଲେଖିଛନ୍ତି, ଫରିଦାବାଦର ଜଣେ ମା’ଙ୍କ ଏଭଳି ଭିଡିଓ ଦେଖି ମୁଁ ଆଶ୍ଚର୍ଯ୍ୟ। ଏଭଳି ଘଟଣା ଶିଶୁ ପ୍ରତି ମହିଳାଙ୍କ ଅସାବଧାନତା, ସମ୍ବେଦନଶୀଳତା ଏବଂ ଦାୟିତ୍ୱହୀନତାର ପରିଚୟ ଦେଉଛି। ନିଜ ଛୁଆର ଜୀବନକୁ ବିପଦ ମୁହଁକୁ ଠେଲି ଦେବାର ଅଧିକାର ମହିଳାଙ୍କ ନାହିଁ।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା India Todayର ରିପୋର୍ଟ ଅନୁସାରେ, ଭାଇରାଲ୍‌ ଭିଡିଟି ଫରିଦାବାଦର ସେକ୍ଟର-୮୨ ସ୍ଥିତ ଫ୍ଲୋରିଡା ସୋସାଇଟିର। ସମ୍ପୃକ୍ତ ମହିଳା ୧୦ ମହଲାରେ ରୁହନ୍ତି। ତାଙ୍କର କିଛି କପଡ଼ା ତଳ ମହଲାରେ ପଡ଼ି ଯାଇଥିଲା ଓ ସେହି ମହଲାରେ ତାଲା ପଡ଼ିଥିଲା। କପଡ଼ା ଆଣିବା ପାଇଁ ମହିଳା ଜଣକ ନିଜ ୧୦ ବର୍ଷର ପୁଅକୁ ଶାଢ଼ୀରେ ଝୁଲାଇ ତଳ ମହଲାକୁ ପଠାଇ ଥିଲେ। ଏହି ସମୟରେ ସାମ୍ନା ବିଲ୍ଡିଂରେ ରହୁଥିବା ପଡ଼ୋଶୀ ସେହି ସମୟର ପୁରା ଦୃଶ୍ୟର ଭିଡିଓ ରେକର୍ଡିଂ କରିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। 

ଘଟଣାଟି ଗତ ଫେବୃଆରୀ ୬ କିମ୍ବା ୭ ତାରିଖର ବୋଲି ସୋସାଇଟିରେ ରହୁଥିବା ଲୋକ କହିଛନ୍ତି। ତଳ ମହଲାରେ ପଡ଼ିଥିବା ଶାଢ଼ୀକୁ ଆଣିବା ପାଇଁ ମହିଳା ଜଣକ ନିଜ ପୁଅକୁ ଶାଢ଼ୀରେ ଝୁଲାଇ ଦେଇଥିଲେ। ଏଥିପାଇଁ ଉକ୍ତ ମହିଳା କାହାକୁ କିଛି ବି ପଚାରି ନଥିଲେ। ନିଜେ ନିଜେ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଯଦି ଏଥିରେ କିଛିବି ଏପଟ ସେପଟ ହୋଇଥାନ୍ତା,ତା’ହେଲେ ଏହା ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାନ୍ତା। ହେଲେ ସୌଭାଗ୍ୟବଶତଃ, ଶିଶୁଟି ଧୀରେ ଧୀରେ ଶାଢ଼ୀ ଧରି ବିଲ୍ଠିଂର ଉପରକୁ ଉଠି ଥିଲା। ଘଟଣାକୁ ନେଇ ସୋସାଇଟି ପକ୍ଷରୁ ମହିଳାଙ୍କୁ ନୋଟିସ୍‌ ଜାରି କରାଯାଇଛି। 

Viral Video Mother Pulling Child From Building
Advertisment
Advertisment