Advertisment

ଭାଲେଣ୍ଟାଇନ୍‌ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର, ଯୁବତୀଙ୍କୁ ଫସାଇ କରୁଥିଲେ ଏମିତି କାଣ୍ଡ...

ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ।

author-image
Rajalaxmi Sahoo
Doctor Arrested For Cheating Girls

Doctor Arrested For Cheating Girls

ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ। ହେଲେ ତାଙ୍କର ଏହି ଚାଲାକି ଆଉ ବେଶୀ ଦିନ ଚାଲି ପାରିଲା ନାହିଁ। ଏନେଇ ଥାନାରେ ଏକାଧିକ ଅଭିଯୋଗ ହେବାପରେ ପୋଲିସ୍‌ ଶେଷରେ ସମ୍ପୃକ୍ତ ରସିକିଆ ଡାକ୍ତରଙ୍କୁ ଗିରଫ କରିଛି। 

Advertisment

ରାଜଧାନୀ ଭୁବନେଶ୍ୱର ମହିଳା ଥାନା ପୋଲିସ୍ ଏହି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି। ପ୍ରାୟ ୧୪ ଜଣ ଯୁବତୀଙ୍କୁ ସେ ବିବାହ କରି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। 

ଅସୁବିଧାରେ ପଡ଼ିଥିବା ଯୁବତୀଙ୍କୁ ପ୍ରଥମେ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲେ ସମ୍ପୃକ୍ତ ଡାକ୍ତର। ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ। ତେବେ ଗିରଫ ଡାକ୍ତର ଜଣକ ପ୍ରକୃତରେ ଅସଲି କି ନକଲି ସେନେଇ ଯାଞ୍ଚ ଚାଲିଛି। 

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଡାକ୍ତର ଜଣକ ବିଭିନ୍ନ ରାଜ୍ୟରେ ପ୍ରାୟ ୧୪ ଜଣ ଯୁବତୀଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ହଡ଼ପ କରି ଫେରାର ଥିଲେ। ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ମହିଳା ଥାନାରେ ହେବାପରେ ପୋଲିସ୍‌ ଡାକ୍ତରଙ୍କ ବାୟୋଡାଟା ସଂଗ୍ରହ କରି ତାଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଶେଷରେ ସେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ପୋଲିସ୍‌ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସୂଚନାଥାଉ କି, ଏହି ଘଟଣା ପୂର୍ବରୁ ସହିଦନଗର ପୋଲିସ୍‌ ଜଣେ ନକଲି ଡାକ୍ତରଙ୍କୁ ଧରିଥିଲେ। ନିଜକୁ ଡାକ୍ତର ପରିଚୟ ଦେଇ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଠକୁ ଥିଲେ। 

Fraud Case Betrayed In Love Doctor Arrested
Advertisment
Advertisment