Advertisment

ରାତି ଅଧରେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Bombs Hurled Kathakhuntu Panchayat Sarpanch Candidate

Bombs Hurled Kathakhuntu Panchayat Sarpanch Candidate

ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶୀଲ ମଲ୍ଲିକଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ଗତକାଲି ରାତିରେ ସୁଶୀଲ ମଲ୍ଲିକ ଘରେ ଶୋଇଥିବା ବେଳେ ଏକ ଧଳା ରଙ୍ଗର କାର୍‌ରେ ୩ ଜଣ ବ୍ୟକ୍ତି ଆସି ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ରାତି ପ୍ରାୟ ପ୍ରାୟ ୨ଟା ୪୫ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ୩ ଜଣ ବ୍ୟକ୍ତି ଶାସକ ଦଳର ପ୍ରତିନିଧିଙ୍କ ସହ ଆସିଥିବା ଗ୍ରାମବାସୀମାନେ ଦେଖିଥିବା ଜଣାପଡ଼ିଛି। ବୋମାମାଡ଼ରେ ସୁଶୀଲଙ୍କ ଘର ଆଜ୍‌ବେଷ୍ଟସ୍‌ ଭାଙ୍ଗିବା ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି।

ସୂଚନା ଅନୁସାରେ, ଏହା ପୂର୍ବରୁ ମଧ୍ୟ ଦୁର୍ବୃତ୍ତମାନେ ସୁଶୀଲଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଧମକ ଦିଆଯାଇଥିଲା। ଏନେଇ ସେ  ନରସିଂହପୁର ଥାନାରେ ଏତଲା ଦେଇଥିଲେ। ନିର୍ବାଚନ ହେବାକୁ ଆଉ ମାତ୍ର କିଛିଦିନ ଥିବାବେଳେ ଏଭଳି ରାଜନୈତିକ ହିଂସାକୁ ନେଇ ପୋଲିସ ପ୍ରଶାସନ କେତେ ସଜାଗ ଓ କେତେ ପ୍ରସ୍ତୁତ ଏଥିରୁ ଅନୁମେୟ ହୋଇପାରୁଛି। 

Advertisment
Odisha Panchayat Polls Odisha Panchayat Elections
Advertisment
Advertisment