Advertisment

ପ୍ରଶାସନ କହୁଛି, ଢିଙ୍କିଆରେ ଫେରିଛି ଶାନ୍ତି; ହେଲେ ଲୋକେ କରୁଛନ୍ତି ବିରୋଧ...

ଢିଙ୍କିଆରୁ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shifting Of Dhinkia Booths Opposed

Shifting Of Dhinkia Booths Opposed

ଢିଙ୍କିଆରୁ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି। ତେବେ କାହିଁକି ଦୂରବାଟ ଯାଇ ପଡୋଶୀ ଗାଁରେ ଭୋଟ୍ ଦେବେ ଢିଙ୍କି‌ଆବାସୀ ? ଏନେଇ ପ୍ରଶ୍ନ ଉଠିଛି।

Advertisment

ଗାଁରେ ଭୋଟ୍‌ କରାଇବାକୁ ଭୋଟର ଦାବି କରିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଆପତ୍ତି ଜଣାଇଛନ୍ତି। ଜିଲ୍ଲା ପରିଷଦ ପ୍ରାର୍ଥୀ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଳ କରି ଢିଙ୍କିଆର ୬ଟି ଯାକ ଓ୍ୱାର୍ଡର ଭୋଟରଙ୍କ ପାଇଁ ପଡୋଶୀ ଗ୍ରାମ ତ୍ରିଲୋଚନପୁର, ପାଟଣା ଏବଂ ମାହାଳରେ ବୁଥ୍ କରାଯାଇଛି।  ଏରସମା ବ୍ଲକ ନିର୍ବାଚନ ଅଧିକାରୀ ପବ୍ଲିକ୍ ନୋଟିସ୍ ଜାରି କରିଛନ୍ତି। ଏନେଇ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଆପତ୍ତି ପଠାଇଛନ୍ତି। ଗାଁରେ ବୁଥ୍ ହେଲେ ଭଲ ହେବ ବୋଲି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି। ଶିଳ୍ପକୁ ସମର୍ଥନ କରୁଥିବା ଢିଙ୍କିଆବାସୀ ମଧ୍ୟ ଗାଁରେ ବୁଥ୍ ହେବା କଥାକୁ ପସନ୍ଦ କରିଛନ୍ତି।  

Advertisment
Odisha Panchayat Polls Odisha Panchayat Elections
Advertisment
Advertisment