Advertisment

ପାଣିରୁ ବାହାରିବା ପାଇଁ ଦଉଡ଼ି ସାହା ଭରସା...କେତେବେଳେ କ’ଣ ଘଟିବ କହିବା ମୁସ୍କିଲ୍‌

ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Due to incessant rainfall water logging situation in nagpur

Due to incessant rainfall water logging situation in nagpur

ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ। ପରିସ୍ଥିତି ଏପରି ହୋଇଛି ଯେ, କେତେବେଳେ ଯେ କ’ଣ ଘଟିବ ତାହା କହିବା ମୁସ୍କିଲ୍‌।

Advertisment

ଗତକାଲିର ବର୍ଷାରେ ମହାରାଷ୍ଟ୍ର ନାଗପୁର ସହର ଅଧା ବୁଡ଼ିଛିା ସ୍ଥାନୀୟ ରାମଦାସପେଟ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏପରିକି ବର୍ଷା ପାଣିରେ ବସ୍, କାର୍‌, ଦୋକାନ ଘର ଇତ୍ୟାଦି ମଧ୍ୟ ବୁଡ଼ି ଯାଇଛି। ଦୂର ଦୂର ଯାଏ ଯୁଆଡ଼େ ଦେଖିବେ ଖାଲି ପାଣି ପାଣି ଆଉ ପାଣି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ନାଗପୁରରେ ପ୍ରବଳ ବର୍ଷା ହୋଇଥିଲା। ସହର ପାଖ ଦେଇ ଯାଇଥିବା ଏକ ବଡ଼ କେନାଲର ସୁରକ୍ଷା କାନ୍ଥ ଭୁଶୁଡ଼ି ଯିବାରୁ ସବୁ ପାଣି ସହର ଭିତରେ ପଶି ଯାଇଛିା କେହି କିଛି ବୁଝିବା ପୂର୍ବରୁ ଆଜି ସକାଳେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛିା

ଏବେ ବି ଅନେକ ଲୋକ ପାଣି ଭିତରେ ଫସି ରହିଛନ୍ତିା କିଛି ବାଟ ନପାଇ ଘରେ ଯିଏ ଯେମିତି ପାରିଲା ଜୀବନ ସହ ସଂଘର୍ଷ କରୁଛିା

Water Logging
Advertisment
Advertisment