Advertisment

ନିଦରୁ ଉଠୁ ନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଯୋଗାଯୋଗ ଲାଗି ଇସ୍ରୋର ଉଦ୍ୟମ...

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ISRO waits for recharge of batteries in Pragyan rover and Vikram lander

ISRO waits for recharge of batteries in Pragyan rover and Vikram lander

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ଇସ୍ରୋ ସୂଚନା ଦେଇଛି।

Advertisment

ପୃଥିବୀ ସମୟ ଅନୁସାରେ, ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରୀ ସହ୍ୟ କରିବା କାଠିକର ପାଠ। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ୍‌ ମୋଡ୍‌ରେ ଇସ୍ରୋ ରଖିଥିଲା।

କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରି ଦିଆଯାଇଥିଲା। ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ।

Advertisment

ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।

Chandrayaan-3
Advertisment
Advertisment