• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜିକାଲିର ଯୁବପିଢ଼ିଙ୍କୁ ଅନ୍‌ଲାଇନ୍‌ ଗେମ୍‌ ନିଶା ଏତେ ଘାରିଲାଣି ଯେ, ଏଥିପାଇଁ ଜୀବନ ହାରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ପରିବାର ଲୋକ ତାଗିଦ୍‌ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।

ମୋବାଇଲ୍‌ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। କେନ୍ଦୁଝର ସଦର ଥାନା ବରଦାପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାଥାଉ କି, ସ୍କୁଲ୍‌ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ। ଏହାକୁ ନେଇ ପୁଅ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନାବାଳକର ଅବସ୍ଥା ଏବେ ସ୍ଥିର ରହିଛି । ପାଠପଢ଼ାରେ ଧ୍ୟାନ ନଦେଇ ମୋବାଇଲ ଧରିବାରୁ ବାପା, ମାଆ ଆକଟ କରିଥିଲେ। ତେବେ ପୁଅ ମୋବାଇଲ ଧରିବାକୁ ଜିଦ୍ କରିବା ସହ ବିଷ ପିଇ ଦେଇଥିବା ମାଆ କହିଛନ୍ତି।

  • Reported by:
  • PRANAYA PANI

OTV is now on Whatsapp

Join and get latest news update delivered to you via whatsapp

Join Now