Advertisment

ବୁଲିବା ବାହାନାରେ ଘରୁ ଡାକିନେଲା ପ୍ରେମିକ, ହୋଟେଲ୍‌ରେ ସାଙ୍ଗ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ !

ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ।

author-image
Rajalaxmi Sahoo
Minor girl consumes poison after being gangraped by lover, his 2 friends

Minor girl consumes poison after being gangraped by lover, his 2 friends

ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପୀଡ଼ିତା ଜଣଙ୍କ ନାବାଳିକା ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ। ସେଠାରେ ସେ ଓ ତାଙ୍କର ୨ ଜଣ ବନ୍ଧୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ପ୍ରେମିକ ସମେତ ୩ ଜଣଙ୍କୁ ପ୍ରଥମେ ଅଟକ ରଖିଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। 

Advertisment
Rape Allegation
Advertisment
Advertisment