ବାଲୁଗାଁ: ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ ଶ୍ରମିକ। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମହୁଝର ଗାଁର ରାଜୁ ସ୍ୱାଇଁ ଓ ବାଣପୁର ରଘୁନାଥପୁର ଗାଁର ଦିଲ୍ଲୀପ କୁମାର ପଲେଇ। ଉଭୟେ ବର୍ଷେ ତଳେ ମିସ୍ତ୍ରୀ କାମ କରିବା ପାଇଁ ଦୁବାଇ ଯାଇଥିଲେ। ଏଥିପାଇଁ ୨ବର୍ଷର ଚୁକ୍ତିନାମା ମଧ୍ୟ...
ଭୁବନେଶ୍ୱର: ସରକାରୀ ଗାଡ଼ିଠାରୁ ଆଦାୟ ହେଲା ୧୫ ହଜାର ଟଙ୍କାର ଜରିମାନା। ନାଲ୍କୋ ଛକରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଗାଡ଼ିଠାରୁ ଏହି ଜରିମାନା ଆଦାୟ ହୋଇଛି। ଗୁଡ୍ସ୍ କ୍ୟାରିଅରରେ କର୍ମଚାରୀଙ୍କୁ ନେବାରୁ ଏହି ଜରିମାନା ଆଦାୟ କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ପରମିଟ୍...
ଭୁବନେଶ୍ୱର: ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା...
ମୁମ୍ବାଇ: ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷା ହେବା ଯୋଗୁ ମୁମ୍ବାଇବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ...
ଭୁବନେଶ୍ୱର: ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ଆଦାୟ ହେଉଛି ଜରିମାନା। ଗତକାଲି କେବଳ ଟ୍ୱିନ୍ସିଟିରେ ୮ ଲକ୍ଷ ୧୬ ହଜାର ୫୦୦ ଟଙ୍କା ଚାଲଣ କଟାଯାଇଛି। ଅନ୍ୟପକ୍ଷରେ କଡା ଟ୍ରାଫିକ ନିୟମ ଯୋଗୁ ଟ୍ରାଫିକ ସମସ୍ୟା ଧୀରେ ଧୀରେ ସୁଧୁରିବାରେ...
ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦ୍ଗାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି। ଗତ ୭ଦିନ ହେଲାଣି ଶ୍ରୀକ୍ଷେତ୍ର କୁରୁକ୍ଷେତ୍ରରେ ପରିଣତ ହୋଇଗଲାଣି। ତେବେ ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି...
ନୂଆଦିଲ୍ଲୀ: ବିଶ୍ୱର ବଡ଼ ସୋଶାଲ୍ ମିଡିଆ ପ୍ଲାଟ୍ପର୍ମ କୁହାଯାଉଥିବା ‘ଫେସ୍ବୁକ୍’ରେ ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏମିତି ଏକ ଫିଚର ଯାହାକୁ ୟୁଜର୍ସ ମାନେ ଅଧିକ ପସନ୍ଦ କରନ୍ତି। ଏହି ଫିଚର ବନ୍ଦ ହେବା ଫଳରେ ଆପଣମାନଙ୍କ ପୋଷ୍ଟରେ ମିଳୁଥିବା ‘ଲାଇକ୍’ ସଂଖ୍ୟା ଆପଣମାନଙ୍କର ସାଙ୍ଗ ଓ...
ଭୁବନେଶ୍ୱର: ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧିବଦ୍ଧ ଭାବେ ଜଷ୍ଟିସ୍ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣିକୁ ଗୁରୁତ୍ୱ ଦେବାସହ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ବୋଲି...
ନାଙ୍ଗ୍ଲୋଇ: ଚେନ୍ ଲୁଟେରାଙ୍କୁ କାବୁ କଲେ ମା’ ଓ ଝିଅ। ରାସ୍ତାରେ ଉଭୟ ଠିଆ ହୋଇଥିବା ବେଳେ ବାଇକ୍ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ୍ ଟାଣି ନେଇଥିଲେ। ଏହି ସମୟରେ ମହିଳା ଜଣକ ଲୁଟେରାଙ୍କୁ କାବୁ କରି ନେଇଥିଲେ। ଦିଲ୍ଲୀର ନାଙ୍ଗ୍ଲୋଇ ଅଞ୍ଚଳରେ ଅଗଷ୍ଟ ୩୦ରେ...
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ନୂଆପଡ଼ା ଓ...
ମୁମ୍ବାଇ: ଅନୀଲ କପୁର ବଲିଉଡ୍ର ସେହି ଷ୍ଟାର୍ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଅନେକ ଫିଲ୍ମ ସୁପରହିଟ୍ ହୋଇଛି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି...
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଭୋର ୩ଟା ୪୨ ମିନିଟ୍ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ...
ଭୁବନେଶ୍ୱର: ନିଯୋଗ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଫଳରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇପାରିନି। ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ...
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଶାସକ ବିଜେଡିକୁ ନିଜ ଦଳ ଭିତରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ସୋଶାଲ୍ ମିିଡିଆରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଉଚ୍ଛେଦ ବେଆଇନ୍ ହୋଇ ନ ପାରେ, କିନ୍ତୁ ଏହା...
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଦୁର୍ଗୀ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରାଯାଇଛି। ଗିରଫ କିରାଣିଙ୍କ ନାଁ ସତ୍ୟନାରାୟଣ ବିଶୋୟୀ। ସୂଚନା ଅନୁସାରେ, ସତ୍ୟନାରାୟଣ, ଉକ୍ତ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ କାମର ଆଳ ଦେଖାଇ ଘରକୁ ଡାକିବା ସହ ଫୋନ୍ ଯୋଗେ...
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏକ କ୍ୱାର୍ଟର୍ସରୁ ସେକ୍ସ ରାକେଟ୍ ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ଥାନା ପୁଲିସ୍ କ୍ୱାର୍ଟର୍ସରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍କୁ ଠାବ କରିଥିଲା। ଚଢ଼ାଉ ସମୟରେ ପୁଲିସ୍ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ସେକ୍ସ...
ପାରାଦୀପ: ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଜଣକ ଯୁକ୍ତ...
ଇସଲାମାବାଦ୍: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ଆଜି ଏହି ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ ଭାରତ ମଧ୍ୟ ଉତ୍ତର ରଖିଛି। ଭାରତ ପକ୍ଷରୁ କୁହାଯାଇଛି ‘କଟକଣା ବିହୀନ’ ଏବଂ ‘ଅବାଧ’...
ଜୟପୁର: ଚାକିରିରୁ ଅବସର ନେବା ଦିନ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ପତି। ତା’ବି ପୁଣି ଭଡ଼ାରେ ହେଲିକପ୍ଟର ଆଣି । କଥାଟା ଶୁଣି ଅଜବ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଅଲ୍ୱାର୍ରେ ଏଭଳି କିଛି ଘଟଣା ଘଟିଛି। ଅଲ୍ୱାର୍ର ଏକ ସ୍କୁଲ୍ରେ ଶିକ୍ଷକତା କରନ୍ତି ରମେଶ ଚାନ୍ଦ।...
ଭୁବନେଶ୍ୱର: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ପୁଣି ଥରେ 5 T ମନ୍ତ୍ର ଦୋହରାଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ 5T କୁ ଗୁରୁତ୍ୱ ଦେବା ଲାଗି ସେ ଦଳର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଗତ ସାଧାରଣ...