ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ...
ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ...
ଇସ୍ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍ ସୟିଦ...
ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟିକରଣରେ ଓ ଜାତିଗତ ଭେଦଭାବରେ କଲେଜିୟମ୍ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...
ମୁମ୍ୱାଇ: ଟେଲିଭିଜନ୍ ଦୁନିଆର କମେଡି କୁଇନ୍ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି।...
ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ...
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି।ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ...
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ। ମୋତିଲାଲ ଭୋରେ ୨୦୧୪ରୁ ରାଜ୍ୟସଭା ସଦସ୍ୟ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ...
ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍। ତାଙ୍କ ନାଁରେ ପୁଣି ଏକ ଏଫ୍ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ୍ ଲାଇନ୍ ପୁଲିସ୍...
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆକାଶ କିଛି ଦିନ ତଳେ...
ନୂଆଦିଲ୍ଲୀ: ସିଲେକସନ୍ ନୁହେଁ ଇଲେକସନ୍ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି । ଇସ୍ତଫା ଦେବା ପୂର୍ବରୁ ରାହୁଲ୍ ଏପରି ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ଇସ୍ତଫା ଦେବା ନେଇ ସ୍ପଷ୍ଟ ହୋଇଯାଇଥିଲା।...
ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍ୱେରେ ସ୍ପାଇସ୍ ଜେଟ୍ ବିମାନ ଫସି ରହିବା ପରେ ବିମାନ ଚଳାଚଳ ସଂସ୍ଥାକୁ ଚରମବାଣୀ ଶୁଣାଇଛି ଡିଜିସିଏ। ପାଗ ଖରାପ ଥିବାବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କହିଛି। ଏଭଳି ସ୍ଥିତିରେ ଯେତେବେଳେ କି ଅବତରଣ ଲାଗି ରନ୍ଓ୍ୱ...
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ। ଜୋନ୍ ସ୍ତରରୁ ନେଇ ପିସିସି ଯାଏ ଆମୁଳଚୁଳ ପରିବର୍ତ୍ତନ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଜି ନିର୍ବାଚନ ପରେ ପ୍ରଥମ ଥର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ...
କୋରାପୁଟ : ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଦିନ ସାରା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଆସନ୍ତାକାଲି ସକାଳେ ମା’ ବିମଳାଙ୍କ ଆଜ୍ଞାମାଳ ପାଇବା ପରେ...
ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି। ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ...