Advertisment

'ମସ୍କୋ ଫର୍ମାଟ' ବୈଠକରେ ଆଜି ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ତାଲିବାନ

ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ତାଲିବାନ୍ । ଆଜି ଋଷ୍‌ରେ 'ମସ୍କୋ ଫର୍ମାଟ' (Moscow Format) ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଭାରତର ଅଧିକାରୀ ଏବଂ ତାଲିବାନ୍‌ର ଅଧିକାରୀ ମାନେ ମୁହାଁ ମୁହିଁ ହେବେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
India Taliban to meet face to face at Moscow format meeting today in russia

India Taliban to meet face to face at Moscow format meeting today in russia

ମସ୍କୋ: ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ତାଲିବାନ୍ । ଆଜି ଋଷ୍‌ରେ 'ମସ୍କୋ ଫର୍ମାଟ' (Moscow Format) ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ  ଭାରତର ଅଧିକାରୀ ଏବଂ ତାଲିବାନ୍‌ର ଅଧିକାରୀମାନେ ମୁହାଁ ମୁହିଁ ହୋଇପାରନ୍ତି । ଅନୁଷ୍ଠିତ ଏହି ବୈଠକରେ ଆଫଗାନିସ୍ତାନର ସୁରକ୍ଷା ନିତୀ ଏବଂ ସେଠାରେ ଏକ ଉତ୍ତମ ସରକାର ଗଠନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

Advertisment

ମଙ୍ଗଳବାର ଦିନ ମସ୍କୋ ଦ୍ୱାରା ଆୟୋଜିତ 'ବିସ୍ତାରିତ ଟ୍ରାଇକା'ର ବୈଠକରୁ ଆମେରିକା ଓହରିବାର ଗୋଟିଏ ଦିନ ପରେ ଆଜି ଏହି ବୈଠକ ଅନୁଷ୍ଠିକ କରାଯିବ । ଯେଉଁଥିରେ ତାଲିବାନ ସମେତ ୧୦ଟି ଦେଶ ମଧ୍ୟରେ ଆଲୋଚନା କରାଯିବ । 'ବିସ୍ତାରିତ ଟ୍ରାଇକା'ର ବୈଠକରେ କେବଳ ଚୀନ୍ ଏବଂ ପାକିସ୍ଥାନର ସ୍ୱତନ୍ତ୍ର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ ।

Advertisment

ମସ୍କୋରେ ଅନୁଷ୍ଠିତ ଏହି ବୈଠକକୁ ଋଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ସମ୍ବୋଧିତ କରିବେ । ଏଥିରେ ୧୦ ଟି ଦେଶ ସମେତ ତାଲିବାନର ପ୍ରତିନିଧୀମାନେ ଯୋଗଦାନ ଦେବେ । ଏନେଇ ରଷ୍‌ର ବୈଦେଶିକ ମନ୍ତ୍ରୀ, କହିଛନ୍ତି ଯେ, ଅନୁଷ୍ଠିତ ବୈଠକରେ ଆଫଗାନିସ୍ଥାନରେ ଥିବା ରାଜନୈତିକ ସ୍ଥିତିରେ ସୁଧାର ଆଣିବା ସହ ଏକ ଦୃଢ ସରକାର ଗଠନ କରିବା ଉପରେ ଅଧିକ ଆଲୋଚନା କରାଯିବ । ୨୦୧୭ ମସିହାରେ 'ମସ୍କୋ ଫର୍ମାଟ'ର ସ୍ଥାପନା କରାଯାଇଥିଲା । ଯେଉଁଥିରେ ପ୍ରଥମେ କେବଳ ୬ଟି ଦେଶ ତଥା ଋଷ୍‌, ଆଫଗାନିସ୍ଥାନ, ଭାରତ, ଇରାନ, ଚୀନ୍ ଏବଂ ପାକିସ୍ଥାନ ଯୋଗ ଦେଇଥିଲେ । ହେଲେ ପରେ ଏଥିରେ ଅଧିକ ଦେଶ ଅନ୍ତର୍ଭୁକ୍ତ କରି ଏହାକୁ ବିସ୍ତାର କରାଯାଇଥିଲା । ମସ୍କୋରେ ୨୦୧୭ ଏବଂ ୨୦୧୮ରେ 'ମସ୍କୋ ଫର୍ମାଟ' ବୈଠକ ଅନୁଷ୍ଠିତ ହୋଇଥିଲା ।

Moscow format meeting

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଆଫଗାନ୍‌ ଲୋକଙ୍କ ପ୍ରତି ବନ୍ଧୁତ୍ୱା ସ୍ଥାପନର ନୀତିକୁ ଦର୍ଶାଇଥାଏ । ଏହାସହ ସେ କହିଛନ୍ତି ଯେ, ଅତୀତରେ ଭିତ୍ତିଭୂମି ତଥା ମାନବିକ ଉଦ୍ଦେଶ୍ୟ ପାଇଁ ଭାରତ ଆଫଗାନିସ୍ତାନକୁ ସହାୟତା ଯୋଗାଇ ଦେଇଛି । ଯାହାକୁ ନେଇ ଜାତିସଂଘର ମହାସଚିବ ସେପ୍ଟେମ୍ୱର୧୩ରେ ଏକ ବୈଠକ ଡାକିଥିଲେ । ଏହି ବୈଠକରେରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଥିଲେ ।

India Taliban Moscow Format Meeting
Advertisment
Advertisment