Advertisment

Yoga Guru Shivanand Died: ୧୨୮ ବର୍ଷ ବୟସରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ମାତ୍ର ୬ ବର୍ସ ବୟସରେ ପିତା, ମାତା ଓ ଭଉଣୀଙ୍କୁ ମାତ୍ର ଏକ ମାସର ବ୍ୟବଧାନରେ ହରାଇଥିଲେ ଶିବାନନ୍ଦ। ଏହି ଘଟଣା ପରେ ବେଙ୍ଗାଲୁରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ ଶିବାନନ୍ଦ। କାଶୀରେ ଅଧ୍ୟାତ୍ମିକ ଗୁରୁ ଓଁକାରାନନ୍ଦ ଗୋସ୍ବାମୀ ତାଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
shivanand

shivanand

ବିଶିଷ୍ଟ ଯୋଗ ଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ପରଲୋକ। ଉତ୍ତର ପ୍ରଦେଶର ବାରଣାସୀରେ ୧୨୮ ବର୍ଷ ବୟସରେ ସେ ଶନିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶିବାନନ୍ଦ ୮ ଅଗଷ୍ଟ ୧୮୯୬ରେ ବ୍ରିଟିଶ ଇଣ୍ଡିଆ ଅଧୀନସ୍ଥ ସିଲହଟରେ ଜନ୍ମ ଗ୍ରହଣ କରିଥିଲେ। ଏହି ସହରଟି ବର୍ତ୍ତମାନ ବାଂଲାଦେଶର ଅଂଶ ଅଟେ।

Advertisment

ଅତ୍ୟନ୍ତ ଗରିବ ପରିବାରରେ ଶିବାନନ୍ଦ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୬ ବର୍ସ ବୟସରେ ପିତା, ମାତା ଓ ଭଉଣୀଙ୍କୁ ମାତ୍ର ଏକ ମାସର ବ୍ୟବଧାନରେ ହରାଇଥିଲେ ଶିବାନନ୍ଦ। ଏହି ଘଟଣା ପରେ ବେଙ୍ଗାଲୁରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ ଶିବାନନ୍ଦ। କାଶୀରେ ଅଧ୍ୟାତ୍ମିକ ଗୁରୁ ଓଁକାରାନନ୍ଦ ଗୋସ୍ବାମୀ ତାଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ। ଫଳରେ ଅତି ଛୋଟ ବୟସରୁ ଶିବାନନ୍ଦ ସନ୍ନ୍ୟାସୀ ରାସ୍ତା ବାଛିଥିଲେ।

ଅଧିକ ପଢ଼ନ୍ତୁ: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ୫୦ ବର୍ଷରୁ ଅଧିକ ସମୟ ଧରି ଭିକାରୀ ମାନଙ୍କ ସେବା କରିଥିଲେ। କୁଷ୍ଠ ରୋଗରେ ଆକ୍ରାନ୍ତ ୪୦୦-୬୦୦ ଭିକାରୀ ମାନଙ୍କୁ ସେ ଚିକିତ୍ସା ଯୋଗାଇ ଦେଇଥିଲେ। ଏହି ରୋଗରେ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଡ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିଥିଲା।

Advertisment

ଏହା ମଧ୍ୟରେ ସେ ଯୋଗ ପ୍ରଶିକ୍ଷଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଯୋଗ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଏବଂ ପ୍ରଚାର, ପ୍ରସାର ପାଇଁ ୨୦୨୨ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। କୋଭିଡ ପରି ଏକ ମାରାତ୍ମକ ମହାମାରୀ ସମୟରେ ଶିବାନନ୍ଦ ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ। ଯୋଗ ଏବଂ ଖାଦ୍ୟ ଅଭ୍ୟାସକୁ ସେ ଏହାର ଶ୍ରେୟ ଦେଇଥିଲେ। ଯୋଗ ଗୁରୁ ସ୍ବାମୀ ଶିବାନନ୍ଦଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଯୋଗକୁ ସମର୍ପିତ ତାଙ୍କ ଜୀବନ ଆଜିର ଯୁବ ପୀଢିକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପୋଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ବଖାଣିଲେ ଲୋମ ଟାଙ୍କୁରା କାହାଣୀ

Narendra Modi Yoga Guru
Advertisment
Advertisment