/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746350220.jpg)
୪ ଦିନରେ ସରିଯିବ ପାକ୍ ଗୋଳାବାରୁଦ
ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୋଏବା ଆତଙ୍କବାଦୀମାନଙ୍କ ଦ୍ୱାରା କରାଯାଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କୂଟନୈତିକ ପଦକ୍ଷେପ ନେଇଛି । ଯାହା ମଧ୍ୟରୁ ସବୁଠାରୁ ବଡ଼ ପଦକ୍ଷେପ ହେଉଛି ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାରମ୍ବାର ଦୋହରାଇଛନ୍ତି ଯେ, ପହଲଗାମରେ ନିର୍ଦ୍ଦୋଷ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କର ସମର୍ଥକମାନଙ୍କୁ କଳ୍ପନାଠୁ ବି ଭୟଙ୍କର ଦଣ୍ଡ ମିଳିବ । ମୋଦିଙ୍କ ଏହି ବୟାନ ପରେ ଭୟଭୀତ ହୋଇପଡ଼ିଛି ପାକିସ୍ତାନ ।
ଅଧିକ ପଢ଼ନ୍ତୁ: ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା କ’ଣ ? ସମ୍ପୂର୍ଣ୍ଣ ଇତିହାସ ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ଜାଣନ୍ତୁ
ସେପଟେ ଭାରତର ଆକ୍ରମଣ ଭୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେଠାକାର ଅନ୍ୟ ନେତାମାନେ ଭାରତକୁ ଧମକ ଦେଉଛନ୍ତି । ସେ କହିଛନ୍ତି, ଯଦି ଭାରତ ଆକ୍ରମଣ କରେ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ। କିନ୍ତୁ ପାକିସ୍ତାନର ବର୍ତ୍ତମାନର ଆର୍ଥିକ ଅବସ୍ଥାକୁ ଦେଖିଲେ, ଏହା ଯୁଦ୍ଧରେ ଭାରତ ବିରୁଦ୍ଧରେ ଚାରି ଦିନରୁ ଅଧିକ ସମୟ ପାଇଁ ତିଷ୍ଠିପାରିବ ନାହିଁ । ପାକିସ୍ତାନୀ ସେନା ଗୁଳିଗୋଳାର ଘୋର ଅଭାବର ସମ୍ମୁଖୀନ ହେଉଛି। ଏହି ଅଭାବ ମୁଖ୍ୟତଃ ୟୁକ୍ରେନ ସହିତ ପାକିସ୍ତାନର ସମ୍ପ୍ରତି ଅସ୍ତ୍ରଶସ୍ତ୍ର ଚୁକ୍ତି ଯୋଗୁଁ ହୋଇଛି, ଯାହା ଏହାର ଯୁଦ୍ଧାସ୍ତ୍ର ଭଣ୍ଡାରକୁ ହ୍ରାସ କରିଛି ।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନେକ ପାକିସ୍ତାନୀ ନେତା ଦାବି କରିଛନ୍ତି । ଏଥିସହ ସେମାନେ ଆହୁରି କହିଥିଲେ ଯେ, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନ ମଧ୍ୟ ଏହାର ଦୃଢ଼ ଜବାବ ଦେବ । କିନ୍ତୁ ଏହା କେବଳ ପାକିସ୍ତାନ ନେତାଙ୍କ ମୁହଁଫୁଟାଣି ଅଟେ । କାରଣ ବାସ୍ତବ ଚିତ୍ର ପାକ୍ ନେତାଙ୍କ ବକ୍ତବ୍ୟଠାରୁ ପୂରା ଭିନ୍ନ । ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯୋଗାଣ ହ୍ରାସ ଯୋଗୁଁ ପାକିସ୍ତାନର ଗୋଳାବାରୁଦ ଷ୍ଟକ୍ ମାତ୍ର ୯୬ ଘଣ୍ଟା ପାଇଁ ରହିଛି । ଅର୍ଥାତ ପାକିସ୍ତାନ ଯଦି ଭାରତ ସହ ଯୁଦ୍ଧ କରେ ତେବେ ସେ ମାତ୍ର ୯୬ ଘଣ୍ଟା ହିଁ ତିଷ୍ଠି ପାରିବ ।
ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ପାଖରେ ଏହାର M109 ହାୱିଜର୍ସ ପାଇଁ ପର୍ଯ୍ୟାପ୍ତ ପରିମାଣର 155 mm ଗୁଳି କିମ୍ବା BM-21 ସିଷ୍ଟମ ପାଇଁ 122 mm ରକେଟ୍ ନାହିଁ । ଏପ୍ରିଲ ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ହୋଇଥିବା ଅନେକ ପୋଷ୍ଟରେ ଦାବି କରାଯାଇଥିଲା ​​ଯେ 155 mm ତୋପର ଗୁଳି ୟୁକ୍ରେନକୁ ପଠାଯାଇଛି, ଯାହା ଫଳରେ ପାକିସ୍ତାନର ଗୋଳାବାରୁଦ ଷ୍ଟକ୍ ଗୁରୁତର ଅଭାବର ସମ୍ମୁଖୀନ ହୋଇଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁଳିଗୋଳାର ଗୁରୁତର ଅଭାବକୁ ନେଇ ଅତ୍ୟନ୍ତ ଚିନ୍ତିତ ଏବଂ ଭୟଭୀତ ରହିଛି ।
ଗୁଇନ୍ଦା ରିପୋର୍ଟକୁ ଆଧାରା କରି କୁହାଯାଉଛି ଯେ ସମ୍ଭାବ୍ୟ ଭାରତୀୟ ଆକ୍ରମଣର ଆଶଙ୍କା କରି ପାକିସ୍ତାନ ଭାରତ-ପାକିସ୍ତାନ ସୀମା ନିକଟରେ ଗୋଳାବାରୁଦ ଡିପୋ ନିର୍ମାଣ କରିଛି । ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ସେନା ସାମ୍ନାରେ ଥିବା ଚ୍ୟାଲେଞ୍ଜଗୁଡ଼ିକୁ ସ୍ୱୀକାର କରିବା ସହିତ ଥରେ କହିଥିଲେ ଯେ ଦୀର୍ଘକାଳୀନ ସଂଘର୍ଷର ପରିସ୍ଥିତିରେ ଭାରତ ସହିତ ମୁକାବିଲା କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି। ପାକିସ୍ତାନ ସାମ୍ନାରେ ଥିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି । ସେଠାରେ ମୁଦ୍ରାସ୍ଫୀତି ଶୀର୍ଷରେ ଅଛି, GDP ତୁଳନାରେ ଋଣର ପାହାଡ଼ ଅଛି ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ନିମ୍ନ ସ୍ତରରେ ଅଛି । ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ସେନାକୁ ସାମରିକ ଅଭ୍ୟାସ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)