ଭୁବନେଶ୍ୱର: ଆଜି ବିଶ୍ୱ ପ୍ରେସ୍ ଫ୍ରିଡ୍ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି। ଆଜି ବାତ୍ୟା ଫନୀକୁ ବର୍ଷେ...
ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ...
ଭୁବନେଶ୍ୱର: ଆସନ୍ତାକାଲି ଗଡ଼ିବନି ବସ୍। କରୋନା ପାଇଁ ହୋଇଥିବା ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍ରେ ବସ୍ ଗଡ଼ିବନି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ବସ୍ ଚଳାଚଳ କରିପାରିବ ନାହିଁ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି...
ଭୁବନେଶ୍ୱର: ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍ର ୯ ଜଣ ଅଛନ୍ତି। ସୁରତରୁ ଫେରିବା...
ରାଉଲକେଲା: ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼।...
ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସରେ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। କିନ୍ତୁ କରୋନା ମୁକାବିଲାରେ ସରକାର ଏବେ ବ୍ୟସ୍ତ ରହିଥିବାରୁ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ଓ ନିଯୁକ୍ତି...
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ...
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ହଜାର ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି। ତେବେ କରୋନା ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୧୨ଟି ଚେକ୍ ପଏଣ୍ଟ ସ୍ଥାପନ କରିଛନ୍ତି। ଏହାସହ ରାଜ୍ୟ ଏସ୍ଆରସି(ସ୍ୱତନ୍ତ୍ର ରିଲିଫ କମିଶନର୍) ପକ୍ଷରୁ ଗାଇଡ୍ଲାଇନ୍ ତଥା ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି ହୋଇଛି।...
ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଖକୁ ମିଡିଆ ଯିବା ମନା। ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା। ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍ ପଏଣ୍ଟ...
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୪୧୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ଏଥି ସହିତ ସମୁଦାୟ ସଂକ୍ରମଣ ସଂଖ୍ୟା ୩୭ ହଜାର ୭୭୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା...
ସୁରତ: ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ପ୍ରବାସୀ ଓଡ଼ିଆ ଅପେକ୍ଷାରତ। କିଏ ବସ୍ରେ ଫେରିବାକୁ ଅପେକ୍ଷା କରି ରହିଛନ୍ତି ତ ଆଉ କିଏ ଟ୍ରେନ୍ରେ। ଏ ହେଉଛି ଅପେକ୍ଷା ବେଳର ଦୃଶ୍ୟା ଲମ୍ବା ଲାଇନ୍ ଲଗାଇ ଛିଡ଼ା ହୋଇଛନ୍ତି ସମସ୍ତେ। ସୁରତ ପାଣ୍ଡେସରା ସ୍ଥିତ ବନ୍ଦୋଡ୍...
ରାୟଗଡା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ କାୟା ମେଲାଉଛି ଡେଙ୍ଗୁ। ଡେଙ୍ଗୁର ହଟସ୍ପଟ ପାଲଟିଥିବା ମୁନିଗୁଡା ଟିକରପଡାରେ ୪୪ ଡେଙ୍ଗୁ ପଜିଟିଭ ବାହାରିବା ପରେ ଏବେ ସହରର ୪ ଓ ୫ ନମ୍ବର ୱାର୍ଡରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ। ହରିଜନ ସାହି, ମାରୁତି କଲୋନୀ, ଝୋଡିଆ ସାହି,...
ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବା ପାଇଁ ନାଲକୋ ଫାଉଣ୍ଡେସନର ଉଦ୍ୟମ। ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ୧୫୦୦ ରନ୍ଧା ଖାଦ୍ୟ ପ୍ୟାକେଟ୍ ନାଲକୋ ପକ୍ଷରୁ ବଣ୍ଟନ କରାଯାଇଛି। ଏନେଇ ୧୨୦ ବାଟାଲିଅନ୍ ଛକ, ନାଲକୋ ଛକ, ଡମଣା ଆଦି ସ୍ଥାନ...
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାର କଟିକଟା ଅଞ୍ଚଳ ହୋଇଛି ରାଜ୍ୟର ନୂଆ ହଟସ୍ପଟ୍। ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଯାଜପୁରରେ ଗତ କିଛି ଦିନ ଧରି ହୁ ହୁ...
ଭୁବନେଶ୍ୱର: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ହୋଇଥିବା ଜଣାପଡିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ ୮ଜଣ ଚିହ୍ନଟ ହେଲେଣି। ଏପର୍ଯ୍ୟନ୍ତ କେବଳ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...