ଭୁବନେଶ୍ୱର: ଆଉ ୩ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ୨ ବାଲେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। କଟକରୁ ଯିଏ ଚିହ୍ନଟ ହୋଇଛନ୍ତି, ସେ ୩୪ ବର୍ଷର...
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓ୍ୱାର୍ଡ ପ୍ରତିନିଧିମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଥିବା ଅଭିଯୋଗ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ମହାନଗର ନିଗମ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ ସହାୟତା ନିମନ୍ତେ ପ୍ରତିନିଧିମାନେ ଫର୍ମ...
ବାଲେଶ୍ୱର: ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଥିବା ବିଦେଶୀ ଇସ୍କନ ଭକ୍ତ ଲୀଳାବତି ବାଲେଶ୍ୱର ଆସିବା ଲାଗି ଆକୁଳ ନିବେଦନ କରିଛନ୍ତି। ଦୀର୍ଘ ୮ ବର୍ଷ ହେଲା ବାଲେଶ୍ୱର ଖନ୍ତାପଡ଼ାର ରାଧାମାଧବ ମନ୍ଦିରରେ ରହି ଆସୁଥିବା ଲୀଳାବତି ମାର୍ଚ୍ଚ ମାସରେ ବୃନ୍ଦାବନ ବୁଲି ଯାଇଥିଲେ। ତେବେ ଲକଡାଉନ ଯୋଗୁଁ ଫସି...
ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ତେବେ ଏହି ସସ୍ପେନ୍ସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ଜଣଙ୍କ...
ଭଦ୍ରକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ଲକଡାଉନ ବେଳେ ସଂଧ୍ୟା ୭ଟାରୁ ସକାଳ...
ବ୍ରହ୍ମପୁର: ଗଞ୍ଜାମ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରତ ଲିଙ୍କ। ସଂପୃକ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରି ସରକାରୀ କ୍ୱାରେଣ୍ଟିନ୍ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ଚିହ୍ନଟ...
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ।...
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ।...
ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା...
ନୂଆଦିଲ୍ଲୀ: ଲକଡାଉନ୍ ଅବଧି ବୃଦ୍ଧି କାରଣରୁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା। ଆସନ୍ତା ମେ ୩୧ରେ ହେବାକୁ ଥିବା ସିଭିଲ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ୟୁପିଏସ୍ସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ସାରା ଦେଶରେ ଲକ୍ଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି...
ସୁରତ: ସୁରତ ଜିଲ୍ଲାର କଡୋଦରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଉତ୍ପାତ। ତୁରନ୍ତ ବ୍ୟବସ୍ଥା କରି ଆମକୁ ଆମ ରାଜ୍ୟ ପଠାଯାଉ ବୋଲି ଦାବି କରି ରାସ୍ତା ଉପରେ ହଙ୍ଗାମା କରିଛନ୍ତି ଶ୍ରମିକମାନେ। ୟୁପି, ବିହାର ଓ ଓଡ଼ିଶାର ହଜାର ହଜାର ଶ୍ରମିକ କଡୋଦରା ବରେଲିରେ ଜମା ହୋଇ ନିଜ...
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ବିଭିନ୍ନ ଜୋନରେ କଟକଣା ନେଇ ସୂଚନା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ ଜେନା କହିଛନ୍ତି। ଯେଉଁ ଅଞ୍ଚଳରେ ୨୧ ଦିନ ଭିତରେ କୌଣସି ପିଜିଟିଭ ହୋଇନାହାନ୍ତି ତାହା ଗ୍ରୀନ୍ ଜୋନ୍। ଯେଉଁଠି ଏବେ ସକ୍ରିୟ ରୋଗୀ ଅଛନ୍ତି ଏବଂ...
ଶ୍ରୀକାକୁଲମ: ଲକଡାଉନ୍ରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆକୁଳ ନିବେଦନ। କର୍ଣ୍ଣାଟକର ମାଙ୍ଗାଲୋରରୁ ଗତ ମାର୍ଚ୍ଚ ୨୭ ତାରିଖରେ ବାହାରି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ କ୍ୱାରେଣ୍ଟିନ୍ରେ ରହିଛନ୍ତି। ଗଞ୍ଜାମ ଚିକିଟି ବ୍ଲକ ରମେୟାପାଟଣା ଓ ସୋନପୁର ଅଞ୍ଚଳର ମତ୍ସ୍ୟଜୀବୀ କ୍ୱାରେଣ୍ଟିନ୍...
ନୂଆଦିଲ୍ଲୀ: କରୋନା ସମ୍ପର୍କରେ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ହଜାରେ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧ ହଜାର ୭୦୬...
ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍ରେ ଏ ବାବଦରେ ସୂଚନା ଦେଇଛନ୍ତି।...
ଭୁବନେଶ୍ୱର: କେବଳ ଗ୍ରୀନ ଜୋନରେ ହିଁ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ। ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ...